ଚେନ୍‌ ଟାଣି ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଇଗଲେ ୪୧୩ ପ୍ରବାସୀ ଓଡିଆ

ଖଲିକୋଟ,୨୮ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ରେଲ୍‌ୱେ ଷ୍ଟେଶନରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ଶ୍ରମିକ ସ୍ପେଶାଲ ଟ୍ରେନର ଚେନ୍‌ ଟାଣି ୪୩୧ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଳାଇଥିଲେ। ଷ୍ଟେଶନ ଅଞ୍ଚଳର ବହୁ ଯୁବକ ସେମାନଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, ବିଡିଓ ନବକୃଷ୍ଣ ଜେନା ଓ ଖଲ୍ଲିକୋଟ ପୋଲିସ ପହଞ୍ଚତ୍ ସେମାନଙ୍କ ନାମ ପଞ୍ଜିକରଣ କରି ନିଜନିଜ ବ୍ଲକକୁ ବସ୍‌ ଯୋଗେ ପଠାଇଛି। ଏମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି, ହିଞ୍ଜିଳି, ଶେରଗଡ଼, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ବେଗୁନିଆପଡ଼ା ଆଦି ବ୍ଲକର ପ୍ରବାସୀ ରହିଛନ୍ତି। ତହସିଲ ଓ ବ୍ଲକ କର୍ମଚାରୀ, ଆର୍‌ପିଏଫ ପୋଲିସ ଏବଂ କେଶପୁର ପଞ୍ଚାୟତ ଅଞ୍ଚଳର ଯୁବକମାନେ ଏହି କାର୍ଯ୍ୟ କରିଥିଲେ।