Categories: ଜାତୀୟ

ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି

ଚେନ୍ନାଇ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ମହାବଳିପୁରମ ଗସ୍ତ କରି ସେଠାରେ କିଛି ସମୟ ମଧ୍ୟରେ  ଏହି ବୈଠକରେ ଯୋଗଦେବେ। ଏହାପରେ ସନ୍ଧ୍ୟାରେ ମୋଦି ତାଙ୍କ ସହ ୩ଟି ଐତିହାସିକ ସ୍ଥଳ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ମୋଦିଙ୍କ ସହ ଯୋଗଦେବେ। ଶୋର ଟେମ୍ପଲରେ ଆୟୋଜିତ କାର୍ଯ୍ୟକ୍ରମ ଦେଖି ସାରିବା ପରେ ସେହିଠାରେ ହିଁ ଜିନପିଙ୍ଗଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରାଯାଇଛି।

Share