ଚେତିଲେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ : ରିଫିଲିଂ ପାଇଁ ଗଲା ୮୧ ଅଗ୍ନି ନିର୍ବାପକ ସିଲିଣ୍ଡର

ଅନୁଗୋଳ ଅଫିସ, ୩୦।୬ – ବିଳମ୍ବରେ ହେଲେ ବି ଚେତିଛନ୍ତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଡାକ୍ତରଖାନାରେ ଲାଗିଥିବା ୮୧ଟି ଅଗ୍ନି ନିର୍ବାପକ ସିଲିଣ୍ଡରକୁ ରିଫିଲିଂ ପାଇଁ ଶନିବାର ଭୁବନେଶ୍ୱର ପଠାଇଛନ୍ତି। ସପ୍ତାହକ ମଧ୍ୟରେ ସିଲିଣ୍ଡର ଗୁଡ଼ିକରେ ଗ୍ୟାସ୍‌ ଓ ପାଉଡର ଫିଲିଂ କରାଯାଇ ଅଣାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ଦେବାଶିଷ ଦାସ ସୂଚନା ଦେଇଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ବିଭାଗ ଓ ଓ୍ବାର୍ଡରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଉକ୍ତ ସିଲିଣ୍ଡରଗୁଡ଼ିକୁ ରଖାଯାଇଥିଲା। ହେଲେ ତାହା କାର୍ଯ୍ୟ କରୁଛି କି ନାହିଁ ଏପରି କି ସମୟସୀମା ରହିଛି କିମ୍ବା ସରିଗଲାଣି ତାହା କର୍ତ୍ତୃପକ୍ଷଙ୍କୁ ଜଣା ନ ଥିଲା। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ମେଡିକାଲ କର୍ତ୍ତୃପକ୍ଷ ସିଲିଣ୍ଡରଗୁଡ଼ିକର ଯାଞ୍ଚ କରିଥିଲେ। ସେଥିରେ ଗ୍ୟାସ ଓ ପ୍ରେସର କମ୍‌ ରହିଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଶନିବାର ଭୁବନେଶ୍ୱରର ଏକ ଘରୋଇ କମ୍ପାନୀକୁ ଉକ୍ତ ସିଲିଣ୍ଡରଗୁଡ଼ିକୁ ରିଫିଲିଂ ପାଇଁ ପଠାଯାଇଛି। ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଥିବା କେତେକ ସିଲିଣ୍ଡରର ଅବଧି ଶେଷ ହୋଇଯାଇଥିଲେ ବି ତାହାକୁ ପଠାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ମେଡିକାଲ ମ୍ୟାନେଜର ଦାସ କହିଛନ୍ତି, ପ୍ରସୂତି ବିଭାଗ ଥିବା ୫ ମହଲା ଅଟ୍ଟାଳିକା ଆରଆଣ୍ଡବି ଅଧୀନରେ ରହିଛି। ତେଣୁ ସେଠାରେ କିଏ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବୁଝିବ ଜାଣି ନାହୁଁ। ତଥାପି ସେଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ୱାର୍ଡ ଥିବାରୁ ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରିବୁ। ଆବଶ୍ୟକ ପଡ଼ିଲେ ଏ ନେଇ ଆରଆଣ୍ଡବି ବିଭାଗକୁ ଅବଗତ କରାଯିବ ବୋଲି ମ୍ୟାନେଜର ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ।...

ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri