ଚେକିଂ ନାଁରେ ଟ୍ରାଫିକ ପୋଲିସର ଦାଦାଗିରି: ହେଲମେଟ ପିନ୍ଧି ନ ଥିବାରୁ ଆଇନଜୀବୀଙ୍କୁ ମାଡ଼

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଟ୍ରାଫିକ ପୋଲିସର ଦାଦାଗିରି ବଢ଼ିବାରେ ଲାଗିଛି। କିଛିଦିନ ତଳେ ସିଆରପି ଛକ ନିକଟରେ ଜଣେ ମହିଳାଙ୍କ ସ୍କୁଟିରୁ ଜବରଦସ୍ତି ଗାଡ଼ି ଚାବି କାଢି ନେଇ ହଇରାଣ କରିବା ଘଟଣା ନ ସରୁଣୁ ଗୁରୁବାର ପୁଣି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ପଦାକୁ ଆସିଛି। କୌସ୍ତବ କଲେଜ ନିକଟରେ ଚେକିଂ ଚାଲିଥିବାବେଳେ ହେଲମେଟ ପିନ୍ଧି ନ ଥିବା ଜଣେ ଆଇନଜୀବୀଙ୍କୁ ଜଣେ ଟ୍ରାଫିକ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ରେ ଆଇନଜୀବୀ ଜଣଙ୍କ ବେହୋସ ହୋଇଥିବା ସେ କହିଛନ୍ତି। ଅନ୍ୟପଟେ ମାଡ଼ ମାରିଥିବା ଟ୍ରାଫିକ ପୋଲିସ ମଧ୍ୟ ଆଇନଜୀବୀଙ୍କ ନାମରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି। ପୋଲିସ ଉଭୟ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ଜଣାପଡିଛି।

ଆଇନଜୀବୀ କେଶବ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ୧୦ଟାରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ହେଉଥିଲା। ଏହି ସମୟରେ ଆଇନଜୀବୀ କେଶବ ପଟିଆରୁ ଇନ୍‌ଫୋସିସ୍‌ ଅଭିମୁଖେ ଯାଉଥିବାବେଳେ ଉକ୍ତ ଛକ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା। ହେଲେ କେଶବ ଆଗକୁ ଯାଇ ବାଇକ ରଖିବା ସମୟରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ତାଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ। ଫଳରେ ସେ ତଳେ ପଡ଼ି ବେହୋସ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣି ଛିଞ୍ଛିବା ପରେ ଚେତା ଫେରିଥିଲା ବୋଲି କେଶବ କହିଛନ୍ତି। ଅନ୍ୟପକ୍ଷେ ମାଡ଼ ମାରିଥିବା ଟ୍ରାଫିକ ପୋଲିସ ଜଣଙ୍କ କହିଛନ୍ତି, କେଶବ ବିନା ହେଲମେଟରେ ଯାଉଥିଲେ। ତାଙ୍କୁ ଅଟକାଇଥିଲେ ମଧ୍ୟ ସେ ରହି ନ ଥିଲେ। ଫଳରେ ପୋଲିସ ତାଙ୍କୁ ଧରିବା ପରେ ସେ ଏଭଳି ମିଥ୍ୟ ଅଭିଯୋଗ ଆଣିଥିଲେ। ତାଙ୍କୁ ସେଭଳି ମାଡ ହୋଇନାହିଁ। ଏ ନେଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି,ଏ ସମ୍ପର୍କରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
କିନ୍ତୁ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନାରୀନେତ୍ରୀ ଡଲି ରଥ। ସେ କହିଛନ୍ତି ଯେ, ଜଣେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ ପୋଲିସ ସେମାନଙ୍କୁ ମାଡ଼ ମାରିବ। ଯଦି ଜଣେ ଟ୍ରାଫିକ ନିୟମ ଭାଙ୍ଗିଛି ତେବେ ତାଙ୍କୁ ଆଇନ ଅନୁଯାୟୀ ଜରିମାନା କରନ୍ତୁ। ଏଭଳି ଲୋକଙ୍କୁ ଯାଞ୍ଚ ନାଁରେ ମାଡ଼ ମାରିବା ଠିକ୍‌ ନୁହେଁ। ଏଭଳି ହେଲେ ଶେଷରେ ରାଜମହଲ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି।
ଏ ନେଇ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ପ୍ରକୃତ ଘଟଣା କ’ଣ ହୋଇଛି ସମସ୍ତେ ଜାଣିଛନ୍ତି। ଯଦି ଟ୍ରାଫିକ ପୋଲିସ ପିଟିବା ନେଇ ଅଭିଯୋଗ ହେଉଛି ତେବେ ଘଟଣାର ଯାଞ୍ଚ କରାଯିବ। ଟ୍ରାଫିକ ପୋଲିସ ଦୋଷୀ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri