ଚେକିଂ ଆଳରେ ମହିଳାଙ୍କଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା୧୩।୭(ଡି.ଏନ୍‌.ଏ.): ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅବସରରେ ଭବାନୀପାଟଣା ସହର ଚଳଚଞ୍ଚଳ ଥିଲା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ଜଣେ ମହିଳାଙ୍କ ଠାରୁ ନାଟକୀୟ ଭାବେ ସୁନା ଗହଣା ଲୁଟ୍‌ ହୋଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହରର ଗାନ୍ଧୀଛକର ଉଦୟରାମ ଅଗ୍ରୱାଲଙ୍କ ସ୍ତ୍ରୀ ରାମକଲି ଅଗ୍ରୱାଲ ଶୁକ୍ରବାର ମଧ୍ୟାହ୍ନରେ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମନ୍ଦିର ଗେଟ ନିକଟରେ ଛିଡା ହୋଇଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ପହଞ୍ଚତ୍ଥିଲେ। ପରେ ତାଙ୍କୁ ଦୁଇଟି ନକଲି ଚୁଡି ଓ ପାଞ୍ଚଟି ଛୋଟ ପଥର କାଗଜରେ ଗୁଡାଇ ଚେକିଙ୍ଗ ପାଇଁ ଉପରୁ ଆଦେଶ ଆସିଛି ବୋଲି କହି ଭୟଭୀତ କରି ପିନ୍ଧିଥିବା ସମସ୍ତ ସୁନାକୁ ଦେଇଦେବା ପାଇଁ କହିଥିଲେ। ମହିଳା ଜଣକ ଭୟରେ ପିନ୍ଧିଥିବା ଗୋଟିଏ ସୁନା ଚେନ, ଦୁଇଟି ସୁନା ଚୁଡି ଓ ଗୋଟିଏ ସୁନା ମୁଦି ଖୋଲି ଦେଇଥିଲେ। ପରେ ଆଉ ଏକ ବାଇକରେ ଆଉ ତିନି ଜଣ ଦୁର୍ବୃତ୍ତ ଆସି ପୂର୍ବରୁ ଥିବା ଦୁର୍ବୃତ୍ତମାନଙ୍କ ସହିତ ମିଶି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ନେଇ ମହିଳା ଜଣକ ଘରେ ଜଣାଇବା ପରେ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।