ଚୂଡ଼ାନ୍ତ ଚୁକ୍ତିନାମାରେ ପବଞ୍ଚିବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ନିମନ୍ତେ ଏକ କାର୍ଯ୍ୟଯୋଜନାରେ ଉଭୟ ପକ୍ଷ ସହମତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଖୋଲା ରଖିବା ଏବଂ ଲେବାନନ୍‌ରେ ଯୁଦ୍ଧ ବନ୍ଦ ପାଇଁ ଇରାନ ଓ ଆମରିକା ମଧ୍ୟରେ ଏକ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା କରିବାକୁ ସହମତ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଇରାନ ପାର୍ଲାମେଣ୍ଟ ସ୍ପିକର ମହମ୍ମଦ ବଘେର ଘଲିବାଫ୍‌ଙ୍କ ନେତୃତ୍ୱରେ ୨ ଟିମ୍‌ ରବିବାରଠାରୁ ଆଲୋଚନା ଆରମ୍ଭ କରିଥିଲେ। ଗତ ସପ୍ତାହରେ ୨ ଦେଶ ମଧ୍ୟରେ ଅନ୍ତରୀଣ ଚୁକ୍ତିନାମା ସ୍ବାକ୍ଷର ହୋଇଥିବାବେଳେ ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିନାମାରେ ବା ପାଇଁ ସୁଇଜଲାଣ୍ଡରେ ଆଲୋଚନା ଆରମ୍ଭ ହୋଇଥିଲା। ଏହି ଚୁକ୍ତିନାମାରେ ପହଞ୍ଚିବା ପାଇଁ ହୋଇଥିବା ରୋଡ୍‌ମ୍ୟାପ୍‌ରେ ଆମେରିକା ଓ ଇରାନ ରାଜି ଥିବା ମଧ୍ୟସ୍ଥ ପାକିସ୍ତାନ ଓ କାତାର ପକ୍ଷରୁ କୁହାଯାଇଛି। ବୁର୍ଗେନଷ୍ଟକ୍‌ସ୍ଥିତ ସୁଇସ୍‌ ରିସର୍ଟରେ ବୈଷୟିକ ଆଲୋଚନା ଚଳିତ ସପ୍ତାହରେ ଜାରି ରହିବ। ଇରାନ ସହ ଶାନ୍ତି ଆଲୋଚନାରେ ଏକ ସଫଳ ଚୂଡ଼ାନ୍ତ ଚୁକ୍ତିନାମା ଲାଗି ଭଲ ମୂଳଦୁଆ ପଡ଼ିଲା ବୋଲି ଭାନ୍ସ କହିଛନ୍ତି। ଚୂଡ଼ାନ୍ତ ଡିଲ୍‌ ହେଉଛି ଘର। ଆମେ ଘର କରିନାହୁଁ, କେବଳ ଏକ ସଫଳ ମୂଳଦୁଆ ପକାଇଛୁ ବୋଲି ଭାନ୍ସ କହିଛନ୍ତି। ଆମେରିକାରୁ ବିଭିନ୍ନ ସୋୟାବିନ୍‌, ଗହମ ଏବଂ ମକା କିଣିବା ସର୍ତ୍ତରେ ଇରାନକୁ ବିଭିନ୍ନ ବ୍ୟାଙ୍କରେ ଅଟକି ରହିଥିବା ପାଣ୍ଠି ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି ଭାନ୍ସ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ହଠାତ୍‌ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ: ମୋଦି ସରକାରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି। ସେ ମୋଦି ସରକାରରେ ମତ୍ସ୍ୟପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

ହର୍ମୁଜରେ ସ୍ଥାପନ ହେବ ହଟଲାଇନ; ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକାକୁ ଇରାନର ସ୍ପଷ୍ଟ ବାର୍ତ୍ତା

ତେହରାନ,୨୩।୬: ଯଦିଓ ଆମେରିକା ଏବଂ ଇରାନ ସ୍ବିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଅନେକ ପ୍ରସଙ୍ଗରେ ଏକ ସହମତିରେ ପହଞ୍ଚିଥିଲେ, ତଥାପି ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର…

ପାକିସ୍ତାନକୁ କଡ଼ା ଟାର୍ଗେଟ କଲେ ୟୁକେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ନାଇଜେଲ ଫାରେଜ, ଜାଣନ୍ତୁ ଭାରତ ପ୍ରତି ତାଙ୍କର ମତ କ’ଣ

ଲଣ୍ଡନ,୨୩।୬: କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାଇଜେଲ ଫାରେଜ ଜଣେ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛନ୍ତି। ରିଫର୍ମ ୟୁକେର…

ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପରମାଣୁ କାର୍ଯ୍ୟକ୍ରମକୁ ନେଇ ନେଲା ୟୁଟର୍ନ

ତେହରାନ,୨୩।୬: ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଆଗକୁ ବଢୁଛି, ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ୟୁ-ଟର୍ନ ନେଇଛି। ଏହା ଚୁକ୍ତିନାମା…

କାତାରରେ ବିସ୍ଫୋରଣ: ୧୨ ଭାରତୀୟଙ୍କ ସମେତ ୧୩ ମୃତ

ଦୁବାଇ,୨୩ା୬(ପି.ଟି.): କାତାରର ରାସ୍‌ ଲାଫାନ୍‌ ଶିଳ୍ପାଞ୍ଚଳ ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୨ ଭାରତୀୟଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ…

ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri