ଚୁଲିରୁ ନିଆଁଲାଗି ନାବାଳିକା ଗୁରୁତର

ମୁନିଗୁଡ଼ା,୧୪।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମା’ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଘରେ ରୋଷଇ କରୁଥିବା ବେଳେ ହଠାତ୍‌ ଚୁଲିରୁ ନିଆଁ ଲାଗିଯିବାରୁ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ସେ ହେଲେ ଦୀପିକା ପୁଆଲା(୧୬)। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଷମକଟକ ଖ୍ରୀଷ୍ଟିଆନ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।