Posted inଫୁରସତ

ଚୁମ୍ବନରୁ ଚୟନ ହୁଏ ପ୍ରେମୀ

ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍‌ ନୁହେଁ। ହ୍ବାଇଟ୍‌ ଫ୍ରଣ୍ଟେଡ୍‌ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ ମିଳନ୍ତି, ଯେଉଁମାନେ ଚୁମ୍ବନ ଦେବାରେ ମାହିର। ଏହି ଶୁଆଗୁଡ଼ିକ ଖୁବ୍‌ ଆକର୍ଷଣୀୟ ଲାଗନ୍ତି। ଏମାନଙ୍କ ଆଖି ଚାରିପଟେ ନାଲିରଙ୍ଗ ରେଖା ରହିଥିବାରୁ ଏଗୁଡ଼ିକ ବେଶି ସୁନ୍ଦର ଦେଖାଯାଆନ୍ତି। ମିଳନ ସମୟ ପାଖେଇ ଆସିଲେ ଏମାନେ ସାଥୀ ଚୟନ କରିବାକୁ ବାହାରନ୍ତି। ଆଉ ସେହି ସମୟରେ ହିଁ ସେମାନଙ୍କୁ ଚୁମ୍ବନ ସହାୟକ ହୋଇଥାଏ। ଚୁମ୍ବନ କରିବାର କ୍ଷମତାକୁ ଦେଖି ସେମାନେ ନିଜ ପାଇଁ ପ୍ରେମୀ ବାଛିଥାନ୍ତି। ସେମାନେ ଚଞ୍ଚୁରେ ଚଞ୍ଚୁ ଘଷି ତଥା ପରସ୍ପରର ଜିଭ ସହିତ ଖେଳିଥାନ୍ତି। ଯଦି ଦୁଇଟିଯାକ ଶୁକପକ୍ଷୀ ଭାବନ୍ତି ଯେ, ସେମାନେ ପରସ୍ପର ପରସ୍ପର ପାଇଁ ଯୋଗ୍ୟ ତା’ହେଲେ ଅଣ୍ଡିରା ଶୁଆଟି ଉପହାର ସ୍ବରୂପ ମାଈଶୁଆର ପାଟିରେ ବାନ୍ତି କରିଥାଏ। ଫଳସ୍ବରୂପ, ମାଈଶୁଆଟି ଜାଣିନିଏ ଯେ, ତାକୁ ତା’ର ମନଲାଖି ସାଥୀ ମିଳିଯାଇଛି। ଏହାପରେ ସେମାନଙ୍କର ବଂଶ ବିସ୍ତାରର କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରକୃତିର ଏହି ଜୀବଟି ଖାସ୍‌ ଚୁମ୍ବନ ପାଇଁ ନିଆରା ବୋଲି ପକ୍ଷୀ ବିଶେଷଜ୍ଞଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri