ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ବର୍ଷେ ପୂରିଲା : ବିପଜ୍ଜନକ ନୌଯାତ୍ରାରେ ଲାଗିଲାନି ଲଗାମ

ଖୋର୍ଦ୍ଧା ଅଫିସ,୧୭ା୬ : ଚିଲିକା ଡଙ୍ଗାବୁଡି ଘଟଣାକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ହେଲେ ବିପଜ୍ଜନକ ନୌଯାତ୍ରାରେ ଲାଗି ପାରିଲାନି ଲଗାମ। ସ୍ଥିତିରେ କିଛିଟା ସୁଧାର ଆସିଥିଲେ ହେଁ ଏବେବି ସବୁ ଅବ୍ୟବସ୍ଥାରେ ଚାଲିଛି। ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ ଗଚ୍ଛିତ ରଖାଯାଉଥିଲେ ହେଁ ଅଧିକାଂଶ ପର୍ଯ୍ୟଟକ ପିନ୍ଧୁନାହାନ୍ତି। ବିପଜ୍ଜନକ ନୌଯାତ୍ରା ଅନୁଧ୍ୟାନର ବ୍ୟବସ୍ଥା ନ ଥିବାରୁ ଅବ୍ୟବସ୍ଥାକୁ ରୋକିବା ସମ୍ଭବ ହେଉନି।
ଚିଲିକା ଡଙ୍ଗାବୁଡିରେ ୬ ଜଣଙ୍କର ମୃତ୍ୟୁ ପରେ ଆଶା କରାଯାଉଥିଲା, ବିପଜ୍ଜନକ ନୌଯାତ୍ରାରେ ଲଗାମ ଲାଗିବ। ହେଲେ ଲଗାମ ଲାଗିବାକୁ ତତ୍‌କାଳୀନ ଖୋର୍ଦ୍ଧା ଜିଲା ପ୍ରଶାସନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଯେଉଁ କଟକଣା ଜାରି କରିଥିଲେ, ତାହା ମଧ୍ୟ ଉଲ୍ଲଂଘନ ହୋଇ ଚାଲିଛି। ଚିଲିକା ଭିତରକୁ ବୁଲିଯିବାକୁ ହେଲେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଲାଇଫ୍‌ ଜ୍ୟାକେଟ ପିନ୍ଧି ନ ଥିଲେ ଡଙ୍ଗାରେ ଚଢ଼ିବାକୁ ମନା ବୋଲି ନିର୍ଦ୍ଦେଶ ରହିଛି। ଏପରି ନିର୍ଦ୍ଦେଶ ସରକାରଙ୍କ ପକ୍ଷରୁ ଡଙ୍ଗାବୁଡି ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଦେଇଥିଲେ। ହେଲେ ଚିଲିକାରେ ନୌଯାତ୍ରା ସମୟରେ କିଛି ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧୁଥିବା ବେଳେ ଅଧିକାଂଶ ପିନ୍ଧୁନାହାନ୍ତି। କ୍ୟାମେରା ପଡିଲେ ତରବରିଆ ଭାବେ ସମସ୍ତେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧୁଛନ୍ତି। ସେହିଭଳି ପ୍ରତି ଡଙ୍ଗାରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଲାଇଫ ବୟ, ଲାଇସେନ୍ସପ୍ରାପ୍ତ ଚାଳକ କେବଳ ଡଙ୍ଗା ଚଳାଇ ପାରିବେ। ପ୍ରତ୍ୟେକ ଡଙ୍ଗାରେ ଡଷ୍ଟବିନ୍‌, ପାଣି ଓ ଛାଇର ବ୍ୟବସ୍ଥା ରଖିବାକୁ ପଡିବ। ଡଙ୍ଗାଗୁଡିକ ସରକାରୀ ନୀତି ନିୟମ ମାପରେ ହୋଇଛି କି ନାହିଁ ତା’ର ଅନୁଧ୍ୟାନ ହେବା ପରି ଅନୁରୂପ ନିର୍ଦ୍ଦେଶନାମା ରହିଛି। ତେବେ ଏହା କାର୍ଯ୍ୟକାରୀ ହେଉନାହିଁ। ଅଧିକାଂଶ ଡଙ୍ଗା ମାଲିକ ସରକାରଙ୍କର ଏ ଆଇନକୁ ଡଷ୍ଟବିନ୍‌କୁ ଫୋପାଡି ଦେଇଥିବା ଅଭିଯୋଗ ରହିଛି। ଉଲେଖଥାଉକି, ୨୦୧୮ ଜୁନ ୧୬ ଶେଷ ରଜରେ ଚିଲିକାରେ ଡଙ୍ଗାବୁଡି ହୋଇ ୬ଟି ଜୀବନ ଚାଲି ଯାଇଥିଲା। ସେଦିନର ଘଟଣାକୁ ମନେ ପକାଇଲେ ଲୋମ ଟାଙ୍କୁରି ଉଠେ।
କାଳିଜାଈ ପୀଠରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଥାନ ସ୍ବତନ୍ତ୍ର। ଚିଲିକାର ପ୍ରାକୃତିକ ପରିବେଶ ଓ ମା’ କାଳିଜାଈଙ୍କ ପୀଠ ପର୍ଯ୍ୟଟକଙ୍କୁ ଚିଲିକାକୁ ଟାଣି ଆଣୁଛି। ସରକାର ପର୍ଯ୍ୟଟନସ୍ଥଳର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପର୍ଯ୍ୟଟକଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉନି ବୋଲି ଅଭିଯୋଗ ରହିଛି। ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ କାଳିଜାଈ ପୀଠରେ ହେଉଛି। କିଛି ଘଟଣା ଘଟିଲେ କାଳିଜାଈ ପୀଠରେ ସ୍ବାସ୍ଥ୍ୟସେବା ମିଳୁନି। ଏଣୁ କାଳିଜାଈରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ରଖିବାକୁ ଦାବି ହେଉଛି। ଏ ସମ୍ପର୍କରେ ଫୁଲବାଣୀର ପର୍ଯ୍ୟଟକ ପ୍ରସନ୍ନ ସାହୁ, ଢ଼େଙ୍କାନାଳର ପ୍ରୀତମ ପ୍ରଧାନ ଓ କଳାହାଣ୍ଡିର ଉମା ଦେବୀ କୁହନ୍ତି, ବାଲୁଗଁାଠାରୁ ଓ ବରକୂଳ ପାନ୍ଥନିବାସଠାରୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଚିଲିକା ଓ କାଳିଜାଈ ଦର୍ଶନ କରୁଛନ୍ତି। ବାଲୁଗଁାଠାରେ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତେବେ କାଳିଜାଈଠାରେ ସ୍ବାସ୍ଥ୍ୟସେବା କିଛିନାହିଁ। ପର୍ଯ୍ୟଟକଙ୍କ ସୁବିଧାକୁ ଦେଖି କାଳିଜାଈଠାରେ ଅସ୍ଥାୟୀ ଅଥବା ଭାସମାନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଚିତ। ଡଙ୍ଗାବୁଡି ଘଟଣାରେ ୬ ଜଣଙ୍କ ମୃତ୍ୟୁ ପରେ ବି ସରକାର ଏ ଦିଗରେ କିଛି ନ କରିବା ଦୁର୍ଭଗ୍ୟଜନକ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri