ଚିଲିକା ଉପକୂଳ ବେଆଇନ ମାଛଘେରି ଭଙ୍ଗା କାର୍ଯ୍ୟ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଚିଲିକା ଉପକୂଳରେ ଥିବା ବେଆଇନ ମାଛ ଘେରି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ ନେତୃତ୍ୱରେ ଘେରି ଭଙ୍ଗାଯାଉଛି। ଏଥିପାଇଁ ଘଟଣାସ୍ଥଳରେ ଟାଙ୍ଗୀ, ଚିଲିକା, ଖୋର୍ଦ୍ଧା ତହସିଲଦାରଙ୍କ ସମେତ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ଥିବା ସୂଚନା ମିଳିଛି।