ଚିଲିକାରେ ଡଙ୍ଗା ଯୋଗେ ପୁରୀ ଜିଲାକୁ ହେଉଛି ଚାଲାଣ: ରମ୍ଭା ପୋଲିସର ଚଢ଼ାଉ; ୨ହଜାର ଲିଟର ଦେଶୀ ମଦ ଜବତ,୮ ଗିରଫ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚିଲିକାରେ ଡ଼ଙ୍ଗା ଯୋଗେ ଗଞ୍ଜାମ ଜିଲାରୁ ପୁରୀ ଜିଲାର ପାରିକୁଦ ଅଞ୍ଚଳକୁ ଚୋରା ମଦ ବିକ୍ରି ପାଇଁ ଚାଲାଣ ବେଳେ ଶନିବାର ରମ୍ଭା ପୋଲିସ ଚଢ଼ାଉ କରି ଜବତ କରିଛି। ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଯିବା ସହ ୨ ହଜାର ଲିଟର ଦେଶୀ ମଦ, ଡ଼ଙ୍ଗା, ଟ୍ରାକ୍ଟର ଏବଂ ୭ ଟି ମୋବାଇଲକୁ ପୋଲିସ ଜବତ କରିଛି।

ସୂଚନାନୁଯାୟୀ, ଟ୍ରାକ୍ଟର ଯୋଗେ ଦେଶୀ ମଦ ଆଣି ଚିଲିକା ରମ୍ଭା ଫେରିଠାରେ ଡ଼ଙ୍ଗାରେ ଲୋଡିଂ ହେଉଥିଲା। କୋଣସି ସୂତ୍ରରୁ ଖବର ପାଇ ରମ୍ଭା ପୋଲିସ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମଦ ଜବତ କରିଛି।