ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର, ଆଞ୍ଚଳିକ ମୋଟରବୋଟ ସଂଘର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏହି ଗଣନା କାର୍ଯ୍ୟ କରାଯାଇଛି। ଚିଲିକାର ଏହି ଡଲଫିନ ଗଣନା ପାଇଁ ୧୮ଟି ଟିମ ଗଠନ କରାଯାଇ ୧୩୨ଜଣ ଗଣନକାରୀ ସାମିଲ ଥିଲେ। ବାଲୁଗାଁ ଡିଭିଜନରୁ ୧୦ଟି ଗଣନାକାରୀ ଦଳ ଓ ସାତପଡ଼ା ଡିଭିଜନରୁ ୮ଟି ଦଳ ବାହାରି ପାରାଲାଲ ଟ୍ରାନଜିକ୍ଟ ମେଥଡରେ ଗଣନା କରାଯାଇଛି। ଚିଲିକାରେ ପାଗ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ଗତବର୍ଷ ଅପେକ୍ଷା ଡଲଫିନଙ୍କ ସଂଖ୍ୟା ବୃଦ୍ଧି ହୋଇଥିତ୍ବା ଏହି ଗଣନାକାରୀ ଦଳ ସୂଚନା ଦେଇଛନ୍ତି। ୨୦୧୮ରେ ୧୬୩, ୨୦୧୯ରେ ଚିଲିକାରେ ଡଲଫିନ ସଂଖ୍ୟା ୧୫୦ ଥିବା ପ୍ରକାଶ ପାଇଥିଲା। ଏହି ଗଣନା କାର୍ଯ୍ୟରେ ଉପବନ ସଂରକ୍ଷକ ପ୍ରଦୀପ୍ତ ସାହୁ, ମିହିର ବିଶ୍ୱାଳ, ଏସିଏଫ ଶରତ କୁମାର ମିଶ୍ର, ବାଲୁଗାଁ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା ପ୍ରମୁଖ ସାମିଲ ଥିଲେ। ଏହି ଗଣନା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଫଳାଫଳ ଅସ୍ପଷ୍ଟ ରହିଛି।