ଚିନ୍ତା ହେଉଛି, ତଦାରଖ ନାହିଁ: ପଲିଥିନମୁକ୍ତ ହୋଇପାରିନି ଆନନ୍ଦବଜାର

ପୁରୀ ଅଫିସ, ୨୮।୭: ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ମଣିଷ ପାଇଁ ମାରାତ୍ମକ ସାବ୍ୟସ୍ତ ହେଲାଣି। ପରିବେଶ ଲାଗି ମଧ୍ୟ ଏହା ଘାତକ ପାଲଟିଛି। ଏଗୁଡ଼ିକର ବହୁଳ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ, ଗୃହପାଳିତ ପ୍ରାଣୀଙ୍କ ପ୍ରତି ବିପଦ, ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧି ପାଉଛି। ତେଣୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର। ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଏହି କଟକଣା ଲାଗୁ ହୋଇଛି। ତେବେ ପୁରୀରେ ଏହା ଏକପ୍ରକାର ପ୍ରହସନ ପାଲଟିଛି। ଶ୍ରୀମନ୍ଦିର ଆନନ୍ଦବଜାରରେ ବି ଏହି କଟକଣାକୁ ଉଲ୍ଲଂଘନ କରାଯାଉଛି। ଏ ପର୍ଯ୍ୟନ୍ତ ପଲିଥିନମୁକ୍ତ ହୋଇପାରିନି ଆନନ୍ଦ ବଜାର। ପ୍ରଶାସନିକ ଅଧିକାରୀମାନେ ପ୍ଲାଷ୍ଟିକ, ପଲିଥିନ ହଟାଇବାକୁ ଚିନ୍ତା କରି ବାରମ୍ବାର ବୈଠକ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଅଭାବରୁ ପଲିଥିନ ବ୍ୟବହାର ଉପରେ ଏ ପର୍ଯ୍ୟନ୍ତ ରୋକ୍‌ ଲାଗିପାରିନାହିଁ। ରାଜ୍ୟ ସରକାରଙ୍କ କଟକଣା ପରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର ହେଲା। ମାତ୍ର ଏବେ ଯଥା ପୂର୍ବ ତଥା ପରଂ। ବିଭିନ୍ନ ଦୋକାନ, ହୋଟେଲ, ବିବାହ ବ୍ରତ, ମେଳା ମହୋତ୍ସବ ସବୁଠି ପଲିଥିନ ଓ ପାଣିବୋତଲ ବ୍ୟବହାର ହେଉଛି। ସେହିପରି ଆନନ୍ଦବଜାରରେ ପଲିଥିନ ବ୍ୟବହାର କରାଯିବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏ ସଂକ୍ରାନ୍ତରେ ସୁଆର ମହାସୁଆର ସେବକ ମାନଙ୍କୁ ସଚେତନ କରାଯାଇଥିଲା। ପୂର୍ବରୁ ପଲିଥିନ ତଳେ ବସି ମହାପ୍ରସାଦ ବିକ୍ରି କରାଯାଉଥିଲା। ଆନନ୍ଦବଜାରକୁ ପଲିଥିନମୁକ୍ତ କରିବା ଲାଗି ପ୍ରଶାସନ ପକ୍ଷରୁ ଶେଡ୍‌ ତିଆରି କରାଗଲା। ଏହି ଶେଡ୍‌ ତଳେ ବସି ସୁଆର ସେବକମାନେ ମହାପ୍ରସାଦ ବିକ୍ରି କରୁଛନ୍ତି। କିନ୍ତୁ ଆନନ୍ଦବଜାରରେ ଥିବା ଶୁଖିଲା ଭୋଗ ଦୋକାନରେ ଏବେ ବି ପଲିଥିନର ବହୁଳ ବ୍ୟବହାର କରାଯାଉଛି। ଭକ୍ତମାନଙ୍କୁ ପଲିଥିନରେ ଭୋଗ ଦିଆଯାଉଛି।
ପ୍ରଶାସନିକ ଅଧିକାରୀମାନେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ଏହା କିପରି ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ତଦାରଖ କରୁନାହାନ୍ତି। କୌଣସି ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ ବୋଲି ଜିଲାପାଳ ବଲୱନ୍ତ ସିଂ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି କି ସରକାରୀ ବୈଠକରେ ପ୍ଲାଷ୍ଟିକ ବୋତଲ, ଗ୍ଲାସ, କପ୍‌ ଓ ଥର୍ମୋକୁଲ ପରିବର୍ତ୍ତେ କାଗଜ ତିଆରି ଗ୍ଲାସ, କାଚ କିମ୍ବା ଷ୍ଟିଲ ଗ୍ଲାସ ବ୍ୟବହାର ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ଖୋଦ୍‌ ଜିଲାପାଳ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ଥାଇ ମଧ୍ୟ ଆନନ୍ଦ ବଜାରକୁ ପଲିଥିନମୁକ୍ତ କରି ନ ପାରିବା ପ୍ରଶାସନର ଆନ୍ତରିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳକୁ ପଲିଥିନମୁକ୍ତ କରି ଏହି ବାର୍ତ୍ତା ଅନ୍ୟମାନଙ୍କୁ ଦେବା ଦରକାର ବୋଲି ନୟାଗଡ଼ ଗଣିଆର ସୁବୋଧ ମହାପାତ୍ର କହିଛନ୍ତି। କେବଳ ସଭା ସମିତିରେ କହିଦେଲେ ହେବ ନାହିଁ, ବାରମ୍ବାର ଏହାର ତଦାରଖ କରାଗଲେ ପୁରୀ ସହର ସର୍ବୋପରି ଆନନ୍ଦବଜାରକୁ ପଲିଥିନମୁକ୍ତ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri