ପୁରୀ ଅଫିସ,୧୮ା୧୦: ରାଜ୍ୟ ବାହାରୁ ଆସୁଥିବା ଯାଯାବର (ବଞ୍ଜାରା)ଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିବାରେ ଲାଗିଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ତମ୍ବୁ ଟାଣି ଯାଯାବରମାନେ ରହୁଥିବାବେଳେ ଅସାମାଜିକ ଓ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଏମାନଙ୍କ କାର୍ଯ୍ୟକଳାପରେ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଅତିଷ୍ଠ ହୋଇପଡ଼ିଲେଣି। ଯାଯାବରଙ୍କ ମଧ୍ୟରୁ ନାବାଳିକା ଓ ନାବାଳକ ଭିକ୍ଷାବୃତ୍ତି କରୁଥିବାବେଳେ ସାବାଳକମାନେ ଚୋରି, ଛିନ୍ତାଇ ଭଳି ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦେଖିଲେ ଦୌଡ଼ିଯାଇ ଗୋଡ଼ ଧରି ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ହଇରାଣ ହରକତ କରୁଛନ୍ତି। ବିଶେଷକରି ତାଳବଣିଆ, ଭୂଦାନ ଓ ପେଣ୍ଠକଟା ଅଞ୍ଚଳରେ ଏମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ପୋଲିସ ସଂପୃକ୍ତ ଯାଯାବରମାନଙ୍କୁ ଘଉଡ଼ାଉଥିଲେ ମଧ୍ୟ ସେମାନେ ଗୋଟିଏ ସ୍ଥାନରୁ ଉଠିଯାଇ ଅନ୍ୟ ସ୍ଥାନରେ ତମ୍ବୁ ତିଆରି କରି ରହୁଛନ୍ତି। ଫଳରେ ସେମାନେ ଏବେ ପ୍ରଶାସନ ଓ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି।
ପୁରୀ ସହରରେ ୫ ଶହରୁ ଊର୍ଦ୍ଧ୍ୱ ଯାଯାବର ବିଭିନ୍ନ ରାଜ୍ୟରୁ ଆସି ରହିଛନ୍ତି। ଏମାନେ ମୁଖ୍ୟତଃ ରାଜସ୍ଥାନ, ହରିୟାଣା ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଲାମ୍ବାଡ଼ି, ଲୋହାର, ଗୁଜ୍ଜର ଓ ଗୋପେ ଭଳି ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଏମାନଙ୍କ ପାଖରେ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ନାହିଁ। ଏମାନଙ୍କ ମଧ୍ୟରୁ କେତେଜଣ କିଛି ମାସ ଅନ୍ତରରେ କୁଆଡ଼େ ଚାଲିଯାଉଛନ୍ତି ଏବଂ ଟ୍ରେନ୍ ଯୋଗେ ପୁଣି ନୂଆ ଯାଯାବର ଆସି ପହଞ୍ଚୁଛନ୍ତି। ଏମାନେ ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ମାଡ଼ିବସି ଅସ୍ଥାୟୀ ଶିବିର କରି ରହୁଛନ୍ତି। ପୁରୀ ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ଅଧିକାଂଶ ଶିଶୁଙ୍କ ମାତାପିତା ସେମାନଙ୍କ ସହ ନାହାନ୍ତି। ଶିଶୁଙ୍କୁ ଭିକ୍ଷାବୃତ୍ତି କରାଇବା ପାଇଁ ମାତାପିତାଙ୍କ ଠାରୁ ସମ୍ପର୍କୀୟମାନେ ଆଣିଛନ୍ତି। ଶିଶୁମାନେ ଅନାଥ ନୁହଁନ୍ତି ବୋଲି ସେମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି। ତାଙ୍କ ମାତାପିତା ଯାଯାବର ଭାବେ ଅନ୍ୟ କୌଣସି ସ୍ଥାନ କିମ୍ବା ରାଜ୍ୟରେ ବୁଲୁଥିବା ରଥ କହିଛନ୍ତି। ଭାରତୀୟ ସାମାଜିକ ବିଜ୍ଞାନ ବିଶେଷଜ୍ଞ ପ୍ରଭୁଦତ୍ତ ମହାପାତ୍ର କହିଛନ୍ତି, ଏମାନେ ବିଭିନ୍ନ ରାଜ୍ୟ ବୁଲି ମେଳା, ଯାତ୍ରା ଓ ଉତ୍ସବରେ ଲୁହାବସ୍ତୁ, ଆୟୁର୍ବେଦିକ ଦ୍ରବ୍ୟ ବିକ୍ରି ସହ ଚିତା କୁଟାଇବା କାମ କରିଥାଆନ୍ତି। ମାତ୍ର ବିଜ୍ଞାନର ପ୍ରଗତି ସହ ଏମାନେ ବିଂଶଦଶ ଶତାଦ୍ଦୀରେ ନିଜ ଜୀବିକା ହରାଇ ଏବେ ଏକ ଆପରାଧିକ ଗୋଷ୍ଠୀରେ ପରିଣତ ହୋଇସାରିଲେଣି। ପ୍ରଶାସନ ଏମାନଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା କରିବା ଦରକାର। ଅନ୍ୟପକ୍ଷରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ରାଜ୍ୟ ବାହାରୁ ଆସି ଜବରଦଖଲ କରି ରହୁଥିବା ଲୋକଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ନାହିଁ। ଯେଉଁଠାରେ ଏଭଳି ଯାଯାବରଙ୍କୁ ଜବରଦଖଲ କରିଥିବା ଦେଖିବାକୁ ମିଳୁଛି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ ରଖିବା ପାଇଁ ଜିଲା ଶିଶୁ କଲ୍ୟାଣ କମିଟି ସହିତ ସମନ୍ବୟରେ କାର୍ଯ୍ୟ କରାଯାଉଛି। ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି, ଗତ ମାସରେ ୧୦ରୁ ଊର୍ଦ୍ଧ୍ୱ ଯାଯାବର ଆପରାଧିକ ମାମଲାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ପୋଲିସ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ିଛି।
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି
ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି E-KYC ଅବଧି...
ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC
ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
Archives


