ପୁରୀ ଅଫିସ,୧୮ା୧୦: ରାଜ୍ୟ ବାହାରୁ ଆସୁଥିବା ଯାଯାବର (ବଞ୍ଜାରା)ଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିବାରେ ଲାଗିଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ତମ୍ବୁ ଟାଣି ଯାଯାବରମାନେ ରହୁଥିବାବେଳେ ଅସାମାଜିକ ଓ ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଏମାନଙ୍କ କାର୍ଯ୍ୟକଳାପରେ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଅତିଷ୍ଠ ହୋଇପଡ଼ିଲେଣି। ଯାଯାବରଙ୍କ ମଧ୍ୟରୁ ନାବାଳିକା ଓ ନାବାଳକ ଭିକ୍ଷାବୃତ୍ତି କରୁଥିବାବେଳେ ସାବାଳକମାନେ ଚୋରି, ଛିନ୍ତାଇ ଭଳି ଆପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦେଖିଲେ ଦୌଡ଼ିଯାଇ ଗୋଡ଼ ଧରି ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ହଇରାଣ ହରକତ କରୁଛନ୍ତି। ବିଶେଷକରି ତାଳବଣିଆ, ଭୂଦାନ ଓ ପେଣ୍ଠକଟା ଅଞ୍ଚଳରେ ଏମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ପୋଲିସ ସଂପୃକ୍ତ ଯାଯାବରମାନଙ୍କୁ ଘଉଡ଼ାଉଥିଲେ ମଧ୍ୟ ସେମାନେ ଗୋଟିଏ ସ୍ଥାନରୁ ଉଠିଯାଇ ଅନ୍ୟ ସ୍ଥାନରେ ତମ୍ବୁ ତିଆରି କରି ରହୁଛନ୍ତି। ଫଳରେ ସେମାନେ ଏବେ ପ୍ରଶାସନ ଓ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି।
ପୁରୀ ସହରରେ ୫ ଶହରୁ ଊର୍ଦ୍ଧ୍ୱ ଯାଯାବର ବିଭିନ୍ନ ରାଜ୍ୟରୁ ଆସି ରହିଛନ୍ତି। ଏମାନେ ମୁଖ୍ୟତଃ ରାଜସ୍ଥାନ, ହରିୟାଣା ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଲାମ୍ବାଡ଼ି, ଲୋହାର, ଗୁଜ୍ଜର ଓ ଗୋପେ ଭଳି ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଏମାନଙ୍କ ପାଖରେ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ନାହିଁ। ଏମାନଙ୍କ ମଧ୍ୟରୁ କେତେଜଣ କିଛି ମାସ ଅନ୍ତରରେ କୁଆଡ଼େ ଚାଲିଯାଉଛନ୍ତି ଏବଂ ଟ୍ରେନ୍ ଯୋଗେ ପୁଣି ନୂଆ ଯାଯାବର ଆସି ପହଞ୍ଚୁଛନ୍ତି। ଏମାନେ ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ମାଡ଼ିବସି ଅସ୍ଥାୟୀ ଶିବିର କରି ରହୁଛନ୍ତି। ପୁରୀ ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ଅଧିକାଂଶ ଶିଶୁଙ୍କ ମାତାପିତା ସେମାନଙ୍କ ସହ ନାହାନ୍ତି। ଶିଶୁଙ୍କୁ ଭିକ୍ଷାବୃତ୍ତି କରାଇବା ପାଇଁ ମାତାପିତାଙ୍କ ଠାରୁ ସମ୍ପର୍କୀୟମାନେ ଆଣିଛନ୍ତି। ଶିଶୁମାନେ ଅନାଥ ନୁହଁନ୍ତି ବୋଲି ସେମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି। ତାଙ୍କ ମାତାପିତା ଯାଯାବର ଭାବେ ଅନ୍ୟ କୌଣସି ସ୍ଥାନ କିମ୍ବା ରାଜ୍ୟରେ ବୁଲୁଥିବା ରଥ କହିଛନ୍ତି। ଭାରତୀୟ ସାମାଜିକ ବିଜ୍ଞାନ ବିଶେଷଜ୍ଞ ପ୍ରଭୁଦତ୍ତ ମହାପାତ୍ର କହିଛନ୍ତି, ଏମାନେ ବିଭିନ୍ନ ରାଜ୍ୟ ବୁଲି ମେଳା, ଯାତ୍ରା ଓ ଉତ୍ସବରେ ଲୁହାବସ୍ତୁ, ଆୟୁର୍ବେଦିକ ଦ୍ରବ୍ୟ ବିକ୍ରି ସହ ଚିତା କୁଟାଇବା କାମ କରିଥାଆନ୍ତି। ମାତ୍ର ବିଜ୍ଞାନର ପ୍ରଗତି ସହ ଏମାନେ ବିଂଶଦଶ ଶତାଦ୍ଦୀରେ ନିଜ ଜୀବିକା ହରାଇ ଏବେ ଏକ ଆପରାଧିକ ଗୋଷ୍ଠୀରେ ପରିଣତ ହୋଇସାରିଲେଣି। ପ୍ରଶାସନ ଏମାନଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା କରିବା ଦରକାର। ଅନ୍ୟପକ୍ଷରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ରାଜ୍ୟ ବାହାରୁ ଆସି ଜବରଦଖଲ କରି ରହୁଥିବା ଲୋକଙ୍କ ପାଇଁ ପୁନର୍ବାସ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ନାହିଁ। ଯେଉଁଠାରେ ଏଭଳି ଯାଯାବରଙ୍କୁ ଜବରଦଖଲ କରିଥିବା ଦେଖିବାକୁ ମିଳୁଛି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ ରଖିବା ପାଇଁ ଜିଲା ଶିଶୁ କଲ୍ୟାଣ କମିଟି ସହିତ ସମନ୍ବୟରେ କାର୍ଯ୍ୟ କରାଯାଉଛି। ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି, ଗତ ମାସରେ ୧୦ରୁ ଊର୍ଦ୍ଧ୍ୱ ଯାଯାବର ଆପରାଧିକ ମାମଲାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ପୋଲିସ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ିଛି।
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ
ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…
ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍ପରଙ୍କ ଜୀବନ, ଚାଳକ…
ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ମୁମ୍ୱାଇକୁ ହରାଇଲା ଦିଲ୍ଲୀ
ନୂଆଦିଲ୍ଲୀ,୪ା୪: ସମୀର ରିଜ୍ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୬ ଉଇକେଟରେ ପରାସ୍ତ…
ଫାସଡ୍ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍ପର…
ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ…
ୟୁକ୍ରେନ୍ ଉପରେ ରୁଷିଆର ଡ୍ରୋନ୍ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…
କିଭ୍,୪ା୪: ୟୁକ୍ରେନ୍ର ନିକୋପୋଲ୍ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…
Archives

