ଚିନ୍ତା ବଢ଼ାଇଲେ ସୁପରସ୍ପ୍ରେଡର

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସତ୍ତ୍ୱେ ସଂକ୍ରମଣ ବଢ଼ି ଚାଲିଛି। ପ୍ରଥମେ ବିଦେଶ ଫେରନ୍ତା, ପରେ ନିଜାମୁଦ୍ଦିନ, ଆଉ ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରୁ କେତେଜଣ ସୁପରସ୍ପ୍ରେଡର ସାଜିଛନ୍ତି। ଏମାନଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛରେ ପଶ୍ଚିମବଙ୍ଗ ଫେରନ୍ତା ସୁପରସ୍ପ୍ରେଡରଙ୍କ ବଡ଼ ଭୂମିକା ରହିଛି। ବିଶେଷକରି ସୁପରସ୍ପ୍ରେଡରଙ୍କ ପାଇଁ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ସ୍ଥିତି ବିଗିଡ଼ିବାରେ ଲାଗିଛି।
ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୂର୍ବ ୫ ଜଣ ଅର୍ଥାତ୍‌ ୧୦୪ ରୁ ୧୦୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛନ୍ତି। ଏମାନେ ସମସ୍ତେ ବାଲେଶ୍ୱର ନେଳିଆବାଗ ଅଞ୍ଚଳର। ୧୦୪ରୁ ୧୦୭ ନଂ. ଆକ୍ରାନ୍ତ ନେଳିଆବାଗ ଅଞ୍ଚଳର ୬୧ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ  ୧୦୮ ନଂ. ଆକ୍ରାନ୍ତ ସେହି ଅଞ୍ଚଳର ୭୯ ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସଂକ୍ରମିତ ହୋଇଛନ୍ତି। ତେବେ ୬୧ ନଂ. ସୁପର୍‌ସ୍ପ୍ରେଡର ସାଜିଛନ୍ତି ଓ ସେ ମୋଟ ୧୧ଜଣଙ୍କୁ ସଂକ୍ରମିତ କରାଇ ସାରିଲେଣି। ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସି ୭ଜଣ ଆକ୍ରାନ୍ତ ହୋଇଥିବାବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ ସଂକ୍ରମିତ କରିଛନ୍ତି। ଅନ୍ୟପକ୍ଷରେ ୭୯ ନଂ. ଆକ୍ରାନ୍ତ ଜଣକ ମଧ୍ୟ ସେହି ୬୧ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ଏହି ସୁପରସ୍ପ୍ରେଡରଙ୍କ ପାଇଁ ବାଲେଶ୍ୱର ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୧୬ରେ ପହଞ୍ଚତ୍ଛି।
ସେହିପରି ସୁନ୍ଦରଗଡ଼ ଜିଲାରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ଗତ ୧୧ ପୂର୍ବରୁ ସୁନ୍ଦରଗ଼ଡ଼ ଜିଲାରେ ଦୁଇଜଣ ଅର୍ଥାତ୍‌ ୫୧ନଂ. ଓ ୫୨ ନଂ. ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୫୧ ନମ୍ବର ଆକ୍ରାନ୍ତ ହିଁ ସୁପରସ୍ପ୍ରେଡର ପାଲଟିଥିବାବେଳେ ସେ ୮ଜଣଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ପ୍ରଥମେ ୬୯ ନମ୍ବର ଆକ୍ରାନ୍ତ ଓ ପରେ ୧୦୧, ୧୦୨ ଓ ୧୦୩ ନମ୍ବର ସଂକ୍ରମିତ ହୋଇଥିଲେ। ସେହିଭଳି ସୋମବାର ଚିହ୍ନଟ ହୋଇଥିବା ୪ ନୂଆ ପଜିଟିଭ୍‌ ମଧ୍ୟ ୫୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ପଡ଼ୋଶୀ ବୋଲି ଜଣାପଡ଼ିଛି। ଏହି ସୁପରସ୍ପ୍ରେଡରଙ୍କ ପାଇଁ ସୁନ୍ଦରଗଡ଼ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ଭୁବନେଶ୍ୱର ବମିଖାଲରୁ ଚିହ୍ନଟ କରୋନା ଆକ୍ରାନ୍ତ ତିନି ଭାଇଙ୍କଠାରୁ ମୋଟ୍‌ ୧୮ ଜଣ ସଂକ୍ରମିତ ହୋଇଥିଲେ। ସେହିଭଳି ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରା ମଧ୍ୟ ସୁପରସ୍ପ୍ରେଡର ହୋଇ ଅନ୍ୟ ୭ଜଣ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କୁ ସଂକ୍ରମିତ କରିଥିଲେ। ଅନ୍ୟପଟେ ରାଜ୍ୟରେ ଗୋଟିଏ ସପ୍ତାହ ଭିତରେ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri