ଚିନ୍ତା ବଢ଼ାଇଲେଣି ପ୍ରବାସୀ ଫେରନ୍ତା

କଟକ ଅଫିସ, ୭ା୫: ଦ୍ୱିତୀୟ ପର୍ଯ୍ୟାୟ ଶେଷ ଏବଂ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭଠାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବାରେ ଲାଗିଛନ୍ତି। ସରକାରୀ ଆକଳନ ଓ ପ୍ରସ୍ତୁତିଠାରୁ ଏହି ପ୍ରବାସୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏମାନେ ସ୍ଥାନୀୟ ପ୍ରଶାସନ ପାଇଁ ଯେତିକି ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି, ସେତିକି ପୋଲିସ ବିଭାଗର ଚିନ୍ତା ବଢ଼ାଇଛନ୍ତି। ଫେରନ୍ତା ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ କ୍ରମାଗତ ଭାବେ ବିଶଙ୍ଖଳା କରୁଥିବା ଦେଖିବାକୁ ମିଳୁଛି। କେଉଁଠି ଖାଦ୍ୟ ଫିଙ୍ଗୁଛନ୍ତି ତ ଆଉ କେଉଁଠି ସେମାନଙ୍କ ଭିତରେ ଗଣ୍ଡଗୋଳ ହେଉଛି। ଗଞ୍ଜାମ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟକୁ ନେଇ ପ୍ରବାସୀମାନେ ହୋହାହ୍ଲା କରିଥିଲେ। ସେହିପରି ମଙ୍ଗଳବାର କଟକ ଜିଲା ଗୋପାଳପୁର ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଅଲଣା ହେବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଭଳି ଭାବେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଭିତରେ ରାଜ୍ୟର ବିଭିନ୍ନ ଥାନାରେ ୭ଟି ମାମଲା ରୁଜୁ ହେଲାଣି। ଏପରିକି ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଏବଂ ବାହାରେ ବୁଲିବା ଯୋଗୁ ୮୩ଜଣଙ୍କ ବିରୋଧରେ ଏତଲା ଦାୟର ହୋଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ କୁହାଯାଇଛି ଯେ, କୋଭିଡ-୧୯ ସମ୍ପର୍କିତ ଯେ କୌଣସି ଆଚରଣ ଯାହାକି ଅନ୍ୟମାନଙ୍କ ସୁରକ୍ଷାକୁ ବିପନ୍ନ କରୁଥିବ, ଯଦି କେହି ପ୍ରଦର୍ଶନ କରନ୍ତି ତାହାହେଲେ ଓଡ଼ିଶା ପୋଲିସ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧ ନିୟମକୁ ଅମାନ୍ୟ କରୁଥିବା, ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଥିବା ଏବଂ କଣ୍ଟେନମେଣ୍ଟ ଅଞ୍ଚଳରେ ମନଇଚ୍ଛା ଚଳପ୍ରଚଳ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସ ତରଫରୁ ପ୍ରବାସୀ ଫେରନ୍ତା ଶ୍ରମିକଙ୍କ ବିରୋଧରେ ବିଭିନ୍ନ ଥାନାରେ ୩ଟି ମାମଲା ରୁଜୁ କରାଯାଇଛି। ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ଅଧୀନ ଏକ ସଙ୍ଗରୋଧ କେନ୍ଦ୍ରରେ କ୍ବାରାଣ୍ଟାଇନ ନିୟମ ଉଲ୍ଲଂଘନ କରି ବାହାରେ ବୁଲିବା ଅଭିଯୋଗ ହୋଇଥିଲା। ଏନେଇ କାଲିମେଳା ବିଡିଓଙ୍କ ରିପୋର୍ଟ କ୍ରମେ ଜଣଙ୍କ ବିରୋଧରେ ଏମ୍‌ଭି-୭୯ ଥାନାରେ ଏକ ମାମଲା (ନଂ. ୨୯/୨୦) ରୁଜୁ ହୋଇଛି। ସେହିଭଳି ନିର୍ବାହୀ ମାଜିଷ୍ଟ୍ରେଟଙ୍କ ରିପୋର୍ଟକୁ ଭିତ୍ତିକରି ବୁଧିଜାମ କଣ୍ଟେନମେଣ୍ଟ ଅଞ୍ଚଳରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ବୁଲିବା ଅଭିଯୋଗରେ ଜଣଙ୍କ ବିରୋଧରେ ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ପକ୍ଷରୁ ୮୩/୨୦ରେ ମାମଲା ରୁଜୁ ହୋଇଛି। ଉଭୟ ମାମଲାରେ ସରକାରୀ ନିର୍ଦ୍ଦେଶ ଅମାନ୍ୟ ପାଇଁ ଧାରା ୧୮୮, ସଂକ୍ରମଣ ବ୍ୟାପିବା ଭଳି କାର୍ଯ୍ୟ ଲାଗି ଧାରା ୨୬୯ ଏବଂ ୨୭୭, ସଙ୍ଗରୋଧ ଉଲଂଘନ ନିମନ୍ତେ ଧାରା ୨୭୧ ଆଦି ଦଫା ଲଗାଯାଇଛି। ଏଥିସହ ବିପର୍ଯ୍ୟୟ ପରିଚାଳନା ଆଇନ ଧାରା ୫୪ ଏବଂ ସଂକ୍ରାମକ ରୋଗ ନିୟାମକ ଧାରା ୩ ମଧ୍ୟ ସେମାନଙ୍କ ବିରୋଧରେ ଲାଗିଛି। ସେହିପରି ଗଣ୍ଡାଧାର ପଞ୍ଚାୟତର ସରପଞ୍ଚଙ୍କ ରିପୋର୍ଟକୁ ଭିତ୍ତିକରି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନାରେ ଗୋଷ୍ଠୀ ସଂଘର୍ଷ ପାଇଁ ୭୬/୨୦ରେ ଆଇପିସି ଧାରା ୩୪୧, ୩୨୩, ୨୯୪, ୫୦୬, ୨୬୯, ୨୭୦ ଏବଂ ୩୪ରେ ୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏହା ପୂର୍ବରୁ ମଙ୍ଗଳବାର ୪ଟି ମାମଲା ରୁଜୁ କରାଯାଇଥିଲା। ଟିକ୍‌ଟକ୍‌ ଭିଡିଓ ପାଇଁ ଭଦ୍ରକ ଜିଲା ତିହିଡ଼ି ଥାନାରେ ୬ଜଣଙ୍କ ବିରୋଧରେ, ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଅଭିଯୋଗରେ ଝାରସୁଗୁଡ଼ା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ ଜନତା ନୋଡ଼ାଲ୍‌ ଉଚ୍ଚ ବିଦ୍ୟାଳୟ ଏବଂ ରାଗପୁର ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଅଭିଯୋଗରେ ଯଥାକ୍ରମେ ୫୧ ଓ ୨୬ଜଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri