ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ଟପିଲା ଭଦ୍ରକ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗୋଟିଏ ଦିନରେ ଭଦ୍ରକ ଜିଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ୱାରା ଜିଲାରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପ୍ରଥମେ ରାଜ୍ୟରେ ଖୋର୍ଦ୍ଧା ଅଧିକ ସଂକ୍ରମିତ ଜିଲା ଭାବେ ରେଡ୍‌ ଜୋନ୍‌ରେ ଥିବା ବେଳେ ଏବେ ଯାଜପୁର, ବାଲେଶ୍ୱରକୁ କାଟି ଭଦ୍ରକ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ବିଶେଷକରି ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାରୁ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଏସବୁ ଜିଲା ସୀମାନ୍ତ ଜିଲା ହୋଇଥିବାରୁ ଜିଲାଗୁଡ଼ିକୁ ୬୦ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କରାଯାଇସାରିଛି।

ପ୍ରକାଶ ଯେ, ଶୁକ୍ରବାର ସକାଳେ ଭଦ୍ରକରେ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୯୪ରେ ପହଞ୍ଚିଛି।