Odisha Elections 2024

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି ଓ ଧୂଅଁା କଲବଲ କରି ଚାଲିଛି। ଉଭୟ ବନଖଣ୍ଡର ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବନ ଓ ବନ୍ୟପ୍ରାଣୀ ବିଭାଗର ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଗୁରୁତ୍ୱ ଦେବା ସହ ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନିଆଁ ଲାଗିବା ନେଇ ଆସୁଥିବା ସରକାରୀ ଅନୁଦାନର ଖର୍ଚ୍ଚ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାହାକି ତଦନ୍ତ ସାପେକ୍ଷ। ଅଧିକାଂଶ ସ୍ଥାନରେ ଲୋକ ନିଆଁ ଲିଭାଉଛନ୍ତି। ଗତ ୨ମାସ ମଧ୍ୟରେ ପ୍ରାୟ ୩୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗି ସାରିଥିବା ବେସରକାରୀ ଭାବେ ଜଣାପଡିଛି।
ଚଳିତବର୍ଷ ପଞ୍ଚରିଡା ରେଞ୍ଜର ଖତିଆ, ଦଶପଲ୍ଲା ରେଞ୍ଜର ଚଢ଼େୟାପଲ୍ଲୀ, ପୋଖରୀଗୋଛା, ପୋଲରା, ବାଣିଗୋଛା, ନ ସହର, ମହିପୁର ରେଞ୍ଜର ରତାଦେଇ, ପାଲଭା, ରଗଡିମଡା, ଖଣ୍ଡପଡା ରେଞ୍ଜର ସାପୁଆ, ମଇଁଷୀବିନ୍ଧା, ଓଡଗଁା ରେଞ୍ଜର ଗୋଛା, ଗୟଳିସିଂହ, ଖଣ୍ଡପଡାର ଚଢ଼େଇବସା, ସଂରକ୍ଷିତ ଜଙ୍ଗଲ, ଗୋଳାପୋଖରୀ ନିକଟସ୍ଥ ଶିଖରପୁର ସଂରକ୍ଷତ ଜଙ୍ଗଲ, ସିଘାଂପଡା, କିଆଝର ଓ କୋସକାରେ ଥିବା ସାପୁଆ ସଂରକ୍ଷିତ ଜଙ୍ଗଲ, ଗୋବର୍ଦ୍ଧନପ୍ରସାଦ ଗ୍ରାମ ନିକଟସ୍ଥ କାଶିଆ ପାହାଡ, ବାହାଡାଝୋଲା ନିକଟସ୍ଥ ନାଲିଆମ୍ବା ପାହାଡ, ନୟାଗଡର ଟାଙ୍ଗେଣୀ ଓ ହାତିମୁଣ୍ଡା ପାହାଡ ପରି ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଅଁା ଲାଗି ସାରିଲାଣି। ପୁଣି ମହାନଦୀ ବନ୍ୟପ୍ରାଣୀ ବିଭାଗର ସାତକୋଶିଆ, ବାଣିଗୋଛ, କୁଲୁରୁକୁମ୍ପା, ଶାଳଭଙ୍ଗା ପରି ଜଙ୍ଗଲରେ ଅନୁରୂପ ଭାବେ ନିଆଁ ଲାଗିଥିଲା। ଜଙ୍ଗଲ ନିଆଁ ପାଇଁ ସଚେତନତା ନ ଥିବାବେଳେ ବନ ବିଭାଗର ଅବହେଳା ଯୋଗୁ ବନାଗ୍ନି ବଢ଼ି ଚାଲିଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା, ରେଞ୍ଜ, ସେକ୍ସନ, ବିଟ୍‌ ସ୍ତରରେ ସଭା କରାଯାଇ ଅଗ୍ନିପାରଚାଳକ ଖସଡା ପ୍ରସ୍ତୁତ କରାଯାଇ ନିଅଁାର ଭୟାବହତା ସମ୍ପର୍କରେ ସଚେତନତା ହୋଇଛି। ପ୍ରତି ରେଞ୍ଜର ଜଙ୍ଗଲିଆ ଅଞ୍ଚଳରେ ୮୦ କିମି ଫାୟାର ଲାଇନ କରିବା ପାଇଁ ନିର୍ଦ୍ଦେଶ ଥିଲା। ସେହିପରି ପ୍ରତି ରେଞ୍ଜରେ ଏକ ୧୦ ଜଣିଆ ନିଅଁା ଲିଭାଳି ଦଳ ନିୟୋଜିତ ହୋଇଛନ୍ତି। ଏମାନଙ୍କ ପାଇଁ ବୋଲେରୋ ଓ ନିଅଁା ଲିଭା ଉପକରଣ ଯୋଗାଇ ଦିଆଯାଇଛି। ହେଲେ ନିଅଁା ଲାଗିଲେ ଲିଭାଳି ଦଳ ପହଞ୍ଚୁ ନ ଥିବା ଅଭିଯୋଗ ହୋଇ ଆସୁଛି। ପୁଣି ଅଧିକାଂଶ ଜଙ୍ଗଲରେ ଫାୟାର ଲାଇନ ଠିକ୍‌ ଭାବେ କଟା ଯାଉ ନ ଥିବାରୁ ନିଅଁା ଲାଗିବା ବଢ଼ି ଚାଲିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri