ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ଘେରିଲେ ଶ୍ରମିକ

ଆସିକା, ୧୦ା୯(ଡି.ଏନ.ଏ.)-ଆସିକା ସମବାୟ ଚିନି ଶିଳ୍ପରେ ସୋମବାର ଅପରାହ୍ନରୁ ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଶ୍ରମିକମାନେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରାଉ କରିଛନ୍ତି ା ସୋମବାର ଅପରାହ୍ନ ପ୍ରାୟ ୪ଟାରେ କାରଖାନାରୁ ଏକ ଟ୍ରକ ଯୋଗେ ରଦି କାର୍ଟୁନ ଯାଉଥିଲା ା କିନ୍ତୁ ସେହି ଟ୍ରକରେ ରଦି କାର୍ଟୁନ ସହ ଭଲ କାର୍ଟୁନ ଥିବା ଜଣାପଡିବା ପରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ା ଶ୍ରମିକମାନେ ରଦି କାର୍ଟୁନ ଥିବା ଟ୍ରକକୁ କାରଖାନା ଭିତରେ ରଖି ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ ା ବହୁମୂଲ୍ୟର ଜିନିଷକୁ କମ୍‌ ଦରରେ ବିଲ୍‌ କରି କାରଖାନାକୁ ହରିଲୁଟ୍‌ କରାଯାଉଥିବା ଅଭିଯୋଗ କରିଥିଲେ ା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଶ୍ରମିକମାନେ ଅଡି ବସିଛନ୍ତି। କାରଖାନାରୁ ରୀତିମତ ଏଭଳି ମୂଲ୍ୟବାନ ସାମଗ୍ରୀ ବାହାରକୁ ଚାଲି ଯାଉଥିବା ଅଭିଯୋଗ କରାଯାଇଛି ା ଖବର ଲେଖା ହେବା ଯାଏ ଅଶାନ୍ତି ଲାଗି ରହିଥିଲା ା ଶ୍ରମିକ ଓ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ଚାଲିଛି ା ଘଟଣା ସମ୍ପର୍କରେ ପରିଚାଳନା ନିର୍ଦ୍ଦେଶକଙ୍କୁ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ପଚାରିବାରେ ଶ୍ରମିକଙ୍କ ସହ ଆଲୋଚନା ଚାଲିଥିବା ପ୍ରକାଶ କରିଛନ୍ତି ।