Categories: ଜାତୀୟ

ଚିଦାମ୍ବରମ୍‌ଙ୍କ ଜାମିନ୍‌ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ ହାଇକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଚିଦାମ୍ବରମ୍‌ ସୁପ୍ରିମ୍‌କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଛନ୍ତି। ତେବେ ଏହା ଉପରେ ବିଚାରପତି ଏନ୍‌.ଭି. ରମଣା ବୁଧବାର କହିଛନ୍ତି ଯେ, ସେ ଏହି ଆବେଦନକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ପଠାଉଛନ୍ତି। ସେ ଏନେଇ ନିଷ୍ପତ୍ତି ନେବେ।

Share