ଚିତ୍ରକୋଣ୍ଡା ଡାକ୍ତରଖାନା: ଏଣିକି ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ପାଇବେ ରୋଗୀ

ଚିତ୍ରକୋଣ୍ଡା,୨ା୧(ଡି.ଏନ.ଏ.)- ଚିତ୍ରକୋଣ୍ଡାସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନାରେ ବୁଧବାର ପ୍ରଥମ କରି ରୋଗୀମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ପାଇଁ ପ୍ରଦାନ କରାଯାଇଛି। ପୂର୍ବରୁ ରୋଗୀଙ୍କୁ ଗୋଟିଏ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ଲାଗି ମିଳୁଥିଲା। କେବେ କେବେ ବେଡ୍‌ ସଟ୍‌ ମଧ୍ୟ ଅଭାବ ହେଉଥିଲା। କେତେକ ସମୟରେ ବେଡ଼ସିଟ ସଫା ହୋଇ ଆସି ପାରୁ ନ ଥିବାରୁ ରୋଗୀଙ୍କୁ ପୁରୁଣା ବେଡ଼ସିଟ ଉପରେ ଶୋଇବାକୁ ପଡୁଥିଲା ଏବେ ସେମାନଙ୍କ ଏ ସମସ୍ୟା ଦୂର ହୋଇଛି। ମାଲକାନଗିରି ଜିଲାରେ ପ୍ରଥମ କରି ଚିତ୍ରକୋଣ୍ଡା ଡାକ୍ତରଖାନାରେ ରୋଗୀଙ୍କୁ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ମିଳିଛି। ରୋଗୀଙ୍କୁ ସପ୍ତାହର ସାତ ଦିନ ଯାକ ଭିନ୍ନଭିନ୍ନ ରଙ୍ଗର ବେଡ଼ସିଟ ବ୍ୟବହାର ପାଇଁ ମିଳିବ। ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହନ୍ତ, ଡାକ୍ତର ଦୀପକ ନାୟକ, ଆକାଉଣ୍ଟlଣ୍ଟ ରାଜେନ୍ଦ୍ର ପ୍ରସାଦ ଦାଶ, ଫାର୍ମାଶିଷ୍ଟ ଏମ. ଶ୍ରୀନିବାସ ନାୟକ, ପ୍ରଭାତ ପାତ୍ର, ଚୌଧୁରୀ ମହନ୍ତ, ଷ୍ଟାଫନର୍ସ ସତ୍ୟଭାମା ବେହେରା, ଯମୁନା ରାଏ ଓ ରୁବି ରାଏ, ଟୁନା ଆଚାରି ଉପସ୍ଥିତ ଥିଲେ।