ଚିତ୍ରକୋଣ୍ଡାରେ ମାଟ୍ରିକ ବୋର୍ଡ ପରୀକ୍ଷା କେନ୍ଦ୍ର କରିବାକୁ ଦାବି

ଚିତ୍ରକୋଣ୍ଡା,୨୫ା୧୨/(ଡି.ଏନ.ଏ.): ଫେବୃଆରୀ ୧୯ରୁ ମାର୍ଚ୍ଚ-୨ ଯାଏ ମାଟ୍ରିକ ପରୀକ୍ଷା ହେବାକୁ ଘୋଷଣା ମଙ୍ଗଳବାର ଘୋଷଣା କରାଯାଇଛି। ଏହାପରଠାରୁ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ବିଦ୍ୟାଳୟର ପରୀକ୍ଷାକେନ୍ଦ୍ର କେଉଁଠି ହେବ ସେନେଇ ଛାତ୍ରୀଛାତ୍ରଙ୍କ ଉତ୍ସୁକତା ପ୍ରକାଶ ପାଇଛି। ପ୍ରତିବର୍ଷ ଏହି ପରୀକ୍ଷା ସମୟରେ ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଚିତ୍ରକୋଣ୍ଡା ଆସି ଭଡାଘର ନେଇ ନିଜେ ରୋଷେଇ ଖାଇ ପରୀକ୍ଷା ଦେଇଥାନ୍ତି। ଯେଉଁମାନେ ଭଡା ଗାଡି କରି ପରୀକ୍ଷାକେନ୍ଦ୍ର ଚିତ୍ରକୋଣ୍ଡା ଯିବାକୁ ବାହାରନ୍ତି ସେମାନେ ସକାଳ ୭ଟାରୁ ବାହାରବାକୁ ପଡେ। ପରୀକ୍ଷା କିପରି ଭଲ କରିବେ ସେନେଇ ଛାତ୍ରୀଛାତ୍ରଙ୍କ ଯେତିକି ଚିନ୍ତା ନ ଥାଏ, କୋଉଠି ରହିବୁ, କଣ ଖାଇବୁ, କୋଉଥିରେ ଯିବୁ ଏବଂ କେତେବେଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବୁ ଏଭଳି ଅନେକ ଚିନ୍ତା ଥାଏ। ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୧୮ଟି ପଞ୍ଚାୟତଗୁଡ଼ିକରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ମାଟ୍ରିକ ଛାତ୍ରୀଛାତ୍ରଙ୍କ ମାଟ୍ରିକ ପରୀକ୍ଷା କେନ୍ଦ୍ର ବାଲିମେଳା, ଗୁମା, ଖଇରପୁଟ ଓ କୋରୁକୋଣ୍ଡlସ୍ଥିତ ବିଦ୍ୟାଳୟରେ ପଡେ। ଏହି ବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ରଙ୍କ ପରୀକ୍ଷାକେନ୍ଦ୍ର ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଡାଏଟେ ବିଦ୍ୟାଳୟରେରେ କରିବାକୁ ଅଭିଭାବକମାଦେ ଦାବି କରିଛନ୍ତି। ଅନ୍ୟତ୍ର ପରୀକ୍ଷା କେନ୍ଦ୍ର ପଡୁଥିବାରୁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରୀଛାତ୍ରମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ୩୦/୪୦ କିମି ଦୂର ଅତିକ୍ରମ କରି ପରୀକ୍ଷା ଦେବାକୁ ଯିବା ବେଳେ ସେମାନେ ଏକପ୍ରକାର ମାନସିକ ଚାପରେ ରହୁଛନ୍ତି। ବିଦ୍ୟାଳୟଠାରୁ ୧୦ କିଲୋମିଟର ମଧ୍ୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରିବା ନିୟମ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।