ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ ଦାବି: ଏଜେଣ୍ଟଙ୍କ ବିରୋଧରେ ଏତଲା ଦେଲେ ଜମାକାରୀ

ରେମୁଣା, ୩୦।୮(ଡି.ଏନ.ଏ.)-ରେମୁଣା ଥାନା ଅଧୀନ ବିଦ୍ୟାଧରପୁର ଗଁାର କେତେକ ଚିଟ୍‌ଫଣ୍ଡ ଜମାକାରୀ ସେହି ଗଁାର ଜଣେ ଏଜେଣ୍ଟଙ୍କ ନଁାରେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଏଜେଣ୍ଟ ବିଭିନ୍ନ କମ୍ପାନୀ ସମ୍ପର୍କରେ ଗଁାର ଲୋକ ବିଶେଷକରି ମହିଳାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇ ସେମାନଙ୍କଠାରୁ ଟଙ୍କା ଉଠାଣ କରିଥିଲେ। ସ୍ବଳ୍ପ ସମୟରେ ଜମା କରାଯାଉଥିବା ଅର୍ଥ ଦ୍ୱିଗୁଣିତ ହେବାର ଲୋଭ ଦେଖାଇବା ପରେ ଅର୍ଦ୍ଧଶିକ୍ଷିତ ଗରିବ ମହିଳାମାନେ ପ୍ରଲୋଭନର ବଶବର୍ତ୍ତୀ ହୋଇ ଟଙ୍କା ଜମା କରିଥିଲେ। ଜଣେ ଜଣେ ମହିଳା ୫୦ ହଜାରରୁ ଊର୍ଦ୍ଧ୍ୱ ଲେଖାଏ ଟଙ୍କା ଜମା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଏଜେଣ୍ଟ ଜଣକ ସେମାନଙ୍କୁ ଧରାଛୁଅଁା ଦେଇ ନ ଥିଲେ। ସେ ଟଙ୍କା ବହିରେ ଜମା କରି ନ ଥିବା ଜମାକାରୀମାନେ ଅଭିଯୋଗ କରିଥିଲେ। ତେଣୁ ବାଧ୍ୟ ହୋଇ ମହିଳାମାନେ ଏଜେଣ୍ଟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏତଲା ଗ୍ରହଣ କରିବା ସହିତ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଫେରିଛନ୍ତି ା