ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୨୮ା୪
ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ପୋଡ଼ିଯାଇ ଗୁରୁତର ଅସୁସ୍ଥ ଅଛନ୍ତି। ଏ ନେଇ ସୋମବାର ଧରିତ୍ରୀରେ ଝିଅର ଚିକିତ୍ସାରେ ଅର୍ଥ ବାଧକ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ରୁନିଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ବରଗଡ଼ ଜିଲା ପାଇକମାଳ ବ୍ଲକ ଟେମରୀ ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର ବିଭାଗ ଏବଂ ବରଗଡ଼ ଜିଲାପାଳଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ଖବର ଲେଖାହେବା ସୁଦ୍ଧା (ରାତ୍ରି ସାଢ଼େ ୭ଟା)ରେ ପ୍ରଶାସନିକ ଅଧିକାରୀମାନେ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସେଠାରେ ଚିକିତ୍ସାଧୀନ ରୁନି ଓ ତାଙ୍କ ପରିବାରବର୍ଗଙ୍କୁ ଭେଟି ସମସ୍ୟା ଉପରେ ପଚରାଉଚୁରା କରୁଥିବା ସୂଚନା ମିଳିଛି।