ଚିକିଛା ସାହାଯ୍‌ ଆଶ୍‌ରେ କୈଳାସ

ଲାଠୋର,୯।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର କୈଳାସ ମହାନନ୍ଦ (୫୦)। ଅନେକ ଦିନ୍‌ ହେଲା ପରିଶ୍ରା ଜନିତ ସମସିଆରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ସେ ଉଚ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଛନ୍‌।
ସୂଚନା ଅନ୍‌ସାରେ ଲାଠୋର ଗଁାର କୈଳାସକଁର ପରିବାର କହେଲେ ମାଏକିନା ପୀରକୁଁ ନେଇ ସଁସାର। ଦମ୍ପତି ନିହାତି ଗରିବ୍‌, ଜମିବାଡ଼ି ସଁପତି ବଲି କିଛି ନାଇଁ। ପରହର ଜାଗାରେ ଝାଟି ମାଟିର କୁରିଆଟେ କରି ମୁଡ଼ ଗୁଁଜିଛନ୍‌। କୈଳାସ ଭଲ ଥିଲାବେଲେ ଠେଲାରେ ଲୁକ୍‌କର ଜିନିଷପାତି ଦୁହାରି ଦୁଇପଏସା ରୁଜ୍‌ଗାର କରୁଥିଲେ। ସେନ୍‌ତା ସରକାରୀ ସାହାଯ୍‌ ହିସାବେ ଦମ୍ପତି ପଁଚେତ୍‌ରୁ ମାସିକ ୧୦ କେ.ଜି. ଚାଉଲ ପାଉଛନ୍‌। ଏତ୍‌କିରେ ଦମ୍ପତି ଦୁଖେସୁଖେ ଚଲିଯାଉଥିଲେ। ହେଲେ ଦିନାକେତେ ତଲେ କୈଳାସ ପରିଶ୍ରା ଗଲାବେଲେ ଦରଦ୍‌ ଅନୁଭବ କରିଥିଲେ। ଦରଦ୍‌ଟା ଦିନୁଦିନ୍‌କେ ବଢ଼ତେଲ ଗଲା। ଏନ୍‌ତାଥି କୈଳାସକଁର ଭନ୍‌ଜା ପ୍ରସାଦ ସଗରିଆ ତାହାକୁ ନୂଆପଡ଼ା, କଣ୍ଟାବାଞ୍ଜି ଡାକ୍‌ତରଖାନାକେ ନେଇ ଦେଖାଲେ। ହେଲେ କିଛି ଲାଭ ନାଇଁ ହେଲା। ଶେଷେ ଧାରଉଧାର କରି ପ୍ରସାଦ କୈଳାସକୁଁ ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାକେ ନେଲେ। ସେଠାନେ ଦିନାକେତେ ଚିକିଛା କଲା ଉତାରୁ ଡାକ୍‌ତର କୈଲାସକୁଁ ବୁର୍ଲା ବଡ଼ ଡାକ୍‌ତରଖାନାକେ ନେଇ ଚିକିଛା କରବାକେ ପରାମଶ ଦେଇଥିଲେ। ଡାକ୍‌ତରକୁଁ କୈଳାସକଁର ଅସ୍‌ବିଧା ବାବ୍‌ଦେ ପଚ୍‌ରାଲାରୁ ଇନ୍‌ଫେକ୍ସନ ହେଇଛେ। ବୁର୍ଲା ନେଇ ଚିକିଛା କଲେ ଠିକ୍‌ ହେଇଯିବା ବଲି କହିଥିଲେ। ହେଲେ ପରିବାରଟା ନିହାତି ଗରିବ୍‌, ସ୍ବାସ୍ଥ୍ୟବୀମା କାର୍ଡ ବି ନଁାଇଁନ। ଏନ୍‌ତାଥି ଉପେ ଶୂଇନ୍‌ କୈଳାସ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଆଡ଼େ ମାମୁର ଚିକିଛା ସାହାଯ୍‌ ଲାଗି ପ୍ରସାଦ ଥାନୀଅ ସରପଁଚ୍‌କୁ ଗୁହାରି କରିଥିଲେ। ସରପଁଚ୍‌ ପ୍ରସାଦକୁଁ ଚିଠି ଗୁଟେ ଦେଇ ଖପ୍ରାଖୋଲ ବିଡିଓକଁର ପାସକେ ପଠେଇଥିଲେ। ପ୍ରସାଦ ଖପ୍ରାଖୋଲ ବିଡିଓକୁଁ ଭେଟି ଘଟନା କହେବାର ସଂଗେ ଚିଠି ଖଁଡ଼କ ଦେଇଥିଲେ। ବିଡିଓ ବହୁତ୍‌ ଜଲଦି କୈଳାସକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କଥା ଦେଇଥିବାର କୈଳାସକଁର ଭନ୍‌ଜା ପ୍ରସାଦ କହିଛନ୍‌। ହେଲେ ଥାନୀଅ ପରଶାସ ଯେତେ ଜଲଦି ହେବା କୈଳାସକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।