ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ହରିଦାସ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ହରିଦାସ ଭୁଏ ପାରା ପ୍ରୋଟେକ୍ସନ ଫୋର୍ସରେ ୨୦୦୨ ସାଲୁ ଚାକରି କରୁଥିଲେ। ତାକର ଜମିବାଡି ବଲି କିଛି ନାଇଁ, ପରିବାରଟା ମୂଲୁ ସୁଖବାସୀ ଆଏ। ହରିଦାସକଁର ଦରମା ଦୁରାକ ପରିବାରର ସାହାଭରସା ଥିଲା। ହେଲେ ଗଲା ଫେବୃୟାରୀ ୨୦୧୮ରେ ସେ ଗୁଟେ ମୋଟରସାଇକେଲ ଦୁରଘଟନାର ଶିକାର ହେଇ ଅକରମା ହେଇଗଲେ। ଏହେଦେ ସେ ଚିକିଛା ଅଭାବୁ ଖଟେ ପଡ଼ି ମୁର୍‌ତୁ ସଂଗେ ଯୁଝୁଛନ୍‌।
ସୂଚନା ହିସାବେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡ଼ବଡ଼ଲା ପଁଚେତ୍‌ ନାଗଫେଣା ଗାଁର ହରିଦାସ ଭୁଏ। ପରିବାର କହେଲେ ମାଏକିନା ସୌଦାମିନୀ, ଦୁଇ ପୁଓ ପ୍ରକାଶ ଆର ଆକାଶକେ ନେଇ ସଁସାର। ହରିଦାସ କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ପାରା ପ୍ରୋଟେକ୍ସନ ଫୋର୍ସରେ କାମ୍‌ କରୁଥିଲେ। ସେ ଗଲା ୨୦୧୮ରେ ଗୁଟେ ଦୁରଘଟନାର ଶିକାର ହେଲେ। ମାଏକିନା ସୌଦାମିନୀ ଘରେ ଯାହା ଥିଲା ବିକାଭଂଗା କରି ତାକର ଚିକିଛା କରେଇ ନିରାଶ ହେଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ସୌଦାମିନୀ ହରିଦାସକଁର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସୌଦାମିନୀ ଗଁାରେ ପରହର କାମବୁତା କରି ଘରର ତେଲ୍‌ନୁନ୍‌ ଚଲଉଛନ୍‌। ସେନ୍‌ତା ରାଶନ କାର୍ଡରେ ପଁଚେତ୍‌ରୁ ମିଲୁଥିବାର ୨୦ କେ.ଜି. ଚାଉଲ ୪ ପରାନୀକେ ନିଅଁଟ ହେଉଛେ। ହରିଦାସକଁର ବଡ଼ ପୁଓ ମାଟ୍ରିକ ପଢ଼ୁଥିଲାବେଲେ ସାନପୁଓ ଗଁା ସ୍କୁଲରେ ୨ୟ ଶ୍ରେଣୀରେ ପଢ଼ୁଛେ। ହେଲେ ଟଁକା ପଏସା ଅଭାବୁ ଏହେଦେ ତାକର ପାଠ୍‌ପଢ଼ା ବଁଦ୍‌ ହେବାର ଉପରେ ରହିଛେ। ମୋର ଆପ୍‌ନେ ହରିଦାସ ଜଂଗଲ ବିଭାଗରେ ୧୬ ବଛର କାଯ୍‌ କରିଥିଲେ, ସେ ଦୁରଘଟନାରେ ଅକରମା ହେଲାରୁ ବିଭାଗ ତାହାକୁ ଚାକରିରୁ ବାହାର କରିଦେଲା। ଏନ୍‌ତା କି ବିଭାଗ ତରଫୁ କାଣି ପଏସାଟେ ସାହାଯ୍‌ ନାଇଁ ମିଲବାର। ମୁଇଁ ଗଁାରୁ ୨୫ କି.ମି. ଦୂରିଆ କଣ୍ଟାବାଞ୍ଜି ରେଞ୍ଜ ଅଫିସକେ ଯାଇ ସବୁକଥା ଗୁହାରିଛେଁ। ମୋର ମୁନୁଷର ବଦ୍‌ଲା ମୋତେ କେନ୍‌ ଅଫିସଥି ପିଅନ୍‌ ଚାକରି ଦିଆଯାଉ ବଲି ସୌଦାମିନୀ ଅନେକ୍‌ ବିଭାଗୀୟ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ସୌଦାମିନୀ ଗଁାରେ ଟଁକା ୫୦ଟା ମାଗିଯାଚି ଡିଏଫ୍‌ଓ ଆର କଣ୍ଟାବାଞ୍ଜି ରେଞ୍ଜ ଅଫିସରକୁଁ ୧୨ ତାରିଖ୍‌ ଗୁଟେ ବିନ୍‌ତି ଚିଠି ଦେଇଛନ୍‌। ଚିଠିଥି ସେ ନିଏ ଦିଆଯାଉ ନାଇଁହେଲେ ମାଇପିଲା ସଭେ କଣ୍ଟାବାଞ୍ଜି ରେଞ୍ଜ ଅଫିସ ସାମନାଥି ଧାରନା ଦେମୁ ବଲି ଲେଖିଥିବାର କହିଛନ୍‌। ଇ ବାବ୍‌ଦେ ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଲିକୁଁ ପଚ୍‌ରାଲରୁ ବିଭାଗ ତରଫୁ ତାକର ପୁତୁରାକେ ଚାକରି ଦିଆଯାଇଥିଲା। ସେ ଚାକରି କରି ଦରମା ନେଉଥିଲେ, ହେଲେ ହରିଦାସକଁର ମାଏକିନା ସୌଦାମିନୀ ଅଭିଯୋଗ କଲେ ଯେ, ସେ ଆମ୍‌କେ ଟଁକା ପଏସା ନାଇଁଦେବାର। ସେଥିରଲାଗି ତାହାକୁ ଚାକରିରୁ ବାହାର କରିଦେଲୁଁ। ହେଲେ ସେ ଦିନ୍‌ଠାନୁ ଆର ସୌଦାମିନୀ ଅଫିସକେ ନାଇଁ ଆଏବାର କି କିଛି ଲେଖାପଢ଼ା କରି ନାଇଁ ଦେଇ। ସେ ଆମ୍‌କୁ ଲେଖାପଢ଼ା କରି ଦେଲେ ତାହାକୁ ଚାକରି ଦେବାର ବେବସ୍‌ତା କରମୁ ବଲି ସେ କହିଥିଲେ।