ଚିକିଛା ଅଭାବୁ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ବୁଲୁ: ମାଏକିନାର ଉପରେ ୫ ପରାନୀର ବୋଝ୍‌

ଗଣ୍ଡତୁରୁମ, ୮ା୧(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଭାଙ୍ଗକୁଦ ଗଁାର ବୁଲୁ ହଂସ(୪୩)। ସେ ଆଏଜ୍‌କେ ୨ ବଛର ହେଲା ରୋଗ୍‌ ବେମାରୀରେ ଶଢ଼ୁଛନ୍‌। ପରିବାର ଲୋକ୍‌ ଲାଗ୍‌ବରମସ କରି ତାକର ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ବୁଲୁ ଚିକିଛା କରେଇ ନାଇଁପାରି କରି ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ଭାଙ୍ଗକୁଦ ଗଁାର ବୁଲୁ ହଂସକଁର ପରିବାର କହେଲେ ମାଏକିନା ବେଲମତୀ(୩୯), ୩ ଝି’ ବାସନ୍ତି(୧୩), ପଦ୍ମା(୯), ଅର୍ଚ୍ଚିତା(୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ଦୁଇ ମାଏଝି ମୁନୁଷ ପରହର କାମ୍‌ବୁତା କରି ଘରର ତେଲ୍‌ନୁନ୍‌, ପିଁଧନ୍‌ପଟା, ଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିଲେ। ହେଲେ ଆଏଜ୍‌କେ ୨ ବଛର ତଲେ ବୁଲୁ ଦିନେ ଜରେ ପଡ଼ବାର ସଂଗେ ଅଁଟାଥି ଦରଦ୍‌ ଅନୁଭବ କରଥିଲେ। ଏନ୍‌ତାଥି ତାକର ମାଏକିନା ବେଲମତୀ ଲାଗ୍‌ବରମସ କରି ବୁଲୁକୁଁ ଚିକିଛା ଲାଗି ବୁର୍ଲା ଡାକ୍‌ତରଖାନା ନେଇଥିଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ବୁଲୁ ଟିବି, କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଡାକ୍‌ତର ତାହାକୁ ଉଚ ଚିକିଛା ଲାଗି ପରାମଶ ଦେଲେ। ହେଲେ ଉଷୋକଷା ଆର ଚିକିଛା ଖରଚ୍‌ ତୁଲେଇ ନାଇଁପାରି କରି ବୁଲୁ ସେଦିନ୍‌ଠାନୁ ଘରେ ପଡ଼ି ରହିଛନ୍‌। ଏନ୍‌ତାଥି ୫ ପରାନୀ କୁଟୁମ୍‌, ଆପ୍‌ନେର ଉଷୋକଷା, ସେବାଯତନ, ଝି’ମାନକର ପାଠ୍‌ପଢ଼ା ବୋଝ୍‌ ବେଲମତୀ ଉପରେ ରହିଛେ। ଇଆଡ଼େ ବେଲମତୀ ବି ବେମାରିଏନ୍‌ଟା ସେ ଦୁଇଦିନ୍‌ ପରିଶ୍‌ରମ କଲେ ୪ ଦିନ୍‌ ଘରେ ଶୁଉଛନ୍‌। ଏନ୍‌ତା ପରିସ୍ଥିତିରେ ପରିବାରକେ ମିଲୁଥିବାର ୨୫ କେ.ଜି. ପିଡିଏସ୍‌ ଚାଉଲ ସାହାଭରସା ପାଲଟିଛେ। ଗଲା ବଛରନୁ ଇନ୍ଦିରା ଅବାସ ଯୋଜନାରେ ବୁଲୁର ନଁା ରହିଛେ। ହେଲେ ତାହାକୁ କାମ୍‌ ମୂଲକରବାର ଅନୁମତି ପତର ନାଇଁ ଦିଆଯିବାର ବଲି ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଏନ୍‌ତାଥି କୁଟୁମ୍‌ବସିଆ ଗଁାର ବସୁଦେବ ରଣାକଁର ଖଲାରେ ଗୁଟେ ଝାଟିମାଟି କୁରିଆରେ ମୁଡ଼ଗୁଁଜିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବେଲମତୀ ଗଣମାଧ୍ୟମ ଜରିଆରେ ଆପ୍‌ନେର ଚିକିଛା ସାହାଯ୍‌ ସଂଗେ ପରିବାରକେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କେ.ଜି. ଚାଉଲ, ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଜିଲା ପରଶାସନକେ ଆକୁଲବିକୁଲ ହେଇ ନିବେଦନ କରିଛନ୍‌।