ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ ଯୋଗୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ କରି ବେପାରୀମାନଙ୍କ ଦୌରାତ୍ମ୍ୟ ଯୋଗୁ ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମୟରେ ପାହାଡରୁ ଆସୁଥିବା ଖମ୍ବଆଳୁ, ଓଲୁଅ, ସାରୁ , ଅଦା, ହଳଦୀ ଆଦିର ଚାହିଦା ଅଧିକ ରହିଛି । ଏହି ସବୁର ଚାହିଦା ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ରହିଛି। ଏହା ଅଧିକ ଦିନ ସାଇତି ରଖାଯାଇ ଖାଇହେବ । ଏଣୁ ଏହାକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ବ୍ୟବସାୟୀମାନେ ବହୁ ମାତ୍ରାରେ କିଣି ନେଇଥାନ୍ତି । ଖମ୍ବଆଳୁ କିଲୋ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ଅନେକ ଖଣ୍ଡ ବା ଗୋଟା ୨୦/୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ହିସାବରେ ବିକିଥାନ୍ତି ା ସେହିପରି ଓଲୁଅ ଗୋଟା ହିସାବରେ ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି ା ସାରୁ କିଲୋ ୨୫ରୁ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି। ତେବେ ଅନେକ ସମୟରେ ଓଜନରେ ଓ କମ ଦରରେ ବେପାରୀମାନେ ଠକି ନେଇଯାଉଥିବାରୁ ସେମାନେ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ପ୍ରାକୃତିକ ପରିବେଶରେ ଏହି ଚାଷ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ଏବଂ ସେସବୁରେ ଔଷଧୀୟ ଗୁଣ ରହିଥିବାରୁ ଏହାର ଚାହିଦା ଅଧିକ ରହୁଛି ା ସେହିପରି ପାହାଡରୁ ଆସୁଥିବା ସୋରିଷ, ରୁମା ମଞ୍ଜି (ଡାଲି), ମୁଗ, ବିରି, କାନ୍ଦୁଲ ଆଦି ମଧ୍ୟ ଏହି ସମୟରେ ବିକ୍ରି ହୋଇଥାଏ। ଏସବୁ ଭାଗ ୨୦ ଟଙ୍କାରେ ବିକିଥାନ୍ତି। ଏସବୁର ଚାହିଦା ମଧ୍ୟ ବହୁତ ଅଧିକ। ଗରିବ ବନବାସୀମାନେ ପରିଶ୍ରମ କରି ସେସବୁ ଚାଷ କରୁଥିଲେ ହେଁ ଉପଯୁକ୍ତ ପ୍ରୋତ୍ସାହନ ଓ ବଜାର ମିଳୁ ନ ଥିବାରୁ ସେମାନେ ଅଧିକ ଲାଭବାନ ହୋଇ ପାରୁନାହାନ୍ତି ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାରେ ବିକାଶ ହୋଇପାରୁନାହିଁ ବୋଲି ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଏହା ଛଡା ପାହାଡି ପନିପରିବା, ଫଳମୂଳର ମଧ୍ୟ ଚାହିଦା ଅଧିକ ରହୁଥିଲେ ହେଁ ସେମାନଙ୍କ ପାଇଁ କେନ୍ଦୁଝର ସହରରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ଗାନ୍ଧୀଛକ ନିକଟରେ ଅବ୍ୟବହୃତ ହୋଇ ପଡିରହିଥିବା ପୌରପାଳିକା ମାର୍କେଟର ଉନ୍ନତୀକରଣ କରାଯାଇ ସେମାନଙ୍କ ପାଇଁ ବିକ୍ରିବଟାର ବ୍ୟବସ୍ଥା କରାଯାଇପାରିଲେ ବନବାସୀଙ୍କୁ ସୁବିଧା ହେବ ବୋଲି ମତ ପ୍ରକାଶ ପାଉଛି ା ବିଶେଷ କରି ବାଂଶପାଳ ବ୍ଲକ ଅଞ୍ଚଳରୁ ଆସୁଥିବା ବନବାସୀମାନେ ଏହାଦ୍ୱାରା ଅଧିକ ଉପକୃତ ହୋଇ ପାରିବେ ଏବଂ ଶୋଷଣରୁ ସୁରକ୍ଷା ପାଇପାରିବେ ବୋଲି ସ୍ଥାନୀୟ ବ୍ୟବସାୟୀ ଓ ସାମାଜିକ କର୍ମୀ ଅନିଲ ସୋନକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri