ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ ଯୋଗୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ କରି ବେପାରୀମାନଙ୍କ ଦୌରାତ୍ମ୍ୟ ଯୋଗୁ ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମୟରେ ପାହାଡରୁ ଆସୁଥିବା ଖମ୍ବଆଳୁ, ଓଲୁଅ, ସାରୁ , ଅଦା, ହଳଦୀ ଆଦିର ଚାହିଦା ଅଧିକ ରହିଛି । ଏହି ସବୁର ଚାହିଦା ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ରହିଛି। ଏହା ଅଧିକ ଦିନ ସାଇତି ରଖାଯାଇ ଖାଇହେବ । ଏଣୁ ଏହାକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ବ୍ୟବସାୟୀମାନେ ବହୁ ମାତ୍ରାରେ କିଣି ନେଇଥାନ୍ତି । ଖମ୍ବଆଳୁ କିଲୋ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ଅନେକ ଖଣ୍ଡ ବା ଗୋଟା ୨୦/୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ହିସାବରେ ବିକିଥାନ୍ତି ା ସେହିପରି ଓଲୁଅ ଗୋଟା ହିସାବରେ ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି ା ସାରୁ କିଲୋ ୨୫ରୁ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି। ତେବେ ଅନେକ ସମୟରେ ଓଜନରେ ଓ କମ ଦରରେ ବେପାରୀମାନେ ଠକି ନେଇଯାଉଥିବାରୁ ସେମାନେ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ପ୍ରାକୃତିକ ପରିବେଶରେ ଏହି ଚାଷ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ଏବଂ ସେସବୁରେ ଔଷଧୀୟ ଗୁଣ ରହିଥିବାରୁ ଏହାର ଚାହିଦା ଅଧିକ ରହୁଛି ା ସେହିପରି ପାହାଡରୁ ଆସୁଥିବା ସୋରିଷ, ରୁମା ମଞ୍ଜି (ଡାଲି), ମୁଗ, ବିରି, କାନ୍ଦୁଲ ଆଦି ମଧ୍ୟ ଏହି ସମୟରେ ବିକ୍ରି ହୋଇଥାଏ। ଏସବୁ ଭାଗ ୨୦ ଟଙ୍କାରେ ବିକିଥାନ୍ତି। ଏସବୁର ଚାହିଦା ମଧ୍ୟ ବହୁତ ଅଧିକ। ଗରିବ ବନବାସୀମାନେ ପରିଶ୍ରମ କରି ସେସବୁ ଚାଷ କରୁଥିଲେ ହେଁ ଉପଯୁକ୍ତ ପ୍ରୋତ୍ସାହନ ଓ ବଜାର ମିଳୁ ନ ଥିବାରୁ ସେମାନେ ଅଧିକ ଲାଭବାନ ହୋଇ ପାରୁନାହାନ୍ତି ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାରେ ବିକାଶ ହୋଇପାରୁନାହିଁ ବୋଲି ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଏହା ଛଡା ପାହାଡି ପନିପରିବା, ଫଳମୂଳର ମଧ୍ୟ ଚାହିଦା ଅଧିକ ରହୁଥିଲେ ହେଁ ସେମାନଙ୍କ ପାଇଁ କେନ୍ଦୁଝର ସହରରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ଗାନ୍ଧୀଛକ ନିକଟରେ ଅବ୍ୟବହୃତ ହୋଇ ପଡିରହିଥିବା ପୌରପାଳିକା ମାର୍କେଟର ଉନ୍ନତୀକରଣ କରାଯାଇ ସେମାନଙ୍କ ପାଇଁ ବିକ୍ରିବଟାର ବ୍ୟବସ୍ଥା କରାଯାଇପାରିଲେ ବନବାସୀଙ୍କୁ ସୁବିଧା ହେବ ବୋଲି ମତ ପ୍ରକାଶ ପାଉଛି ା ବିଶେଷ କରି ବାଂଶପାଳ ବ୍ଲକ ଅଞ୍ଚଳରୁ ଆସୁଥିବା ବନବାସୀମାନେ ଏହାଦ୍ୱାରା ଅଧିକ ଉପକୃତ ହୋଇ ପାରିବେ ଏବଂ ଶୋଷଣରୁ ସୁରକ୍ଷା ପାଇପାରିବେ ବୋଲି ସ୍ଥାନୀୟ ବ୍ୟବସାୟୀ ଓ ସାମାଜିକ କର୍ମୀ ଅନିଲ ସୋନକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri