ଚାଲି ଚାଲି ଝାଡଖଣ୍ଡ ଗଲେ ୧୫ ଶ୍ରମିକ

ଉଦଳା,୯ା୫(ଡି.ଏନ୍‌.ଏ.)- ରେଡ୍‌ ଜୋନ୍‌ରେ ରହିଥିବା ବାଲେଶ୍ୱର ଜିଲାର ଔପଦା ଅଞ୍ଚଳରୁ ୧୫ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଝାଡଖଣ୍ଡ ବାହୁଡ଼ିଛନ୍ତି । ଔପଦାଠାରେ କେନାଲ କାମ କରୁଥିବା ଏହି ଶ୍ରମିକମାନେ ଗୁରୁବାର ନିଜର ଆସବାବପତ୍ର ଧରି ସକାଳୁ ଚାଲି ଚାଲି ଆସି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲା ଉଦଳାଠାରେ ପହଞ୍ଚିଥିଲେ। ତେବେ ଔପଦାରୁ ଝାଡଖଣ୍ଡର ଦୂରତା ୪ଶହ କି.ମି ହୋଇଥିବା ବେଳେ ଏହି ଶ୍ରମିକମାନେ ଚାଲି ଚାଲି ନିଜ ଅଞ୍ଚଳକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଏନେଇ ସେମାନଙ୍କୁ ପଚାରିବାରୁ ଔପଦାରେ ରହିବା ଓ ଖାଇବାରେ ଅସୁବିଧା ହେବାରୁ ନିଜ ରାଜ୍ୟକୁ ଫେରି ଯାଉଥିବା କହିଥିଲେ।