ଚାଲିଚାଲି ଘରକୁ ଫେରୁଛନ୍ତି ଲୋକେ, ରାସ୍ତାପାର୍ଶ୍ୱ ଗଛମୂଳ ପାଲଟିଛି ଆଶ୍ରୟସ୍ଥଳୀ

ଚୌଦ୍ୱାର,୧୦ା୫(ଡି.ଏନ୍‌.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଛନ୍ତି ଲୋକେ। ଗାଡ଼ିମୋଟର ଚାଲୁ ନ ଥିବାରୁ ଗ୍ରାମ ଅଭିମୁଖେ ପାଦରେ ଚାଲି ଚାଲି ଫେରିବା ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଚୌଦ୍ୱାର ୧୬ନଂ, ୫୫ନଂ ଓ ୫ନଂ ଜାତୀୟ ରାଜପଥର ସଂଯୋଗସ୍ଥଳ ମଙ୍ଗୁଳି ଛକ ପୁରୁଣା ପଟାପୋଲ ନିକଟରେ। ଆଜକୁ ୬ ଦିନ ହେବ ପିଲାଛୁଆ ଓ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଧରି ସୁଦୂର ବାଲେଶ୍ୱରରୁ ବାହାରିଛନ୍ତି ଛତିଶଗଡ଼ ଅଭିମୁଖେ ୫ ପରିବାରର ୧୯ ସଦସ୍ୟ। ଅପରପକ୍ଷରେ ରାଜ୍ୟ ବାହାର ବିଶାଖାପାଟଣା ଅଞ୍ଚଳରୁ ୧୧ଜଣ ଛତିଶଗଡ଼ ଅଭିମୁଖେ ୮ ଦିନ ହେବ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ସେମାନଙ୍କୁ ପଚାରିବାରୁ ନାମ ପଞ୍ଜୀକରଣ କରିଥିଲେ ସୁଦ୍ଧା ଯିବା ପାଇଁ କୌଣସି ସୁବିଧା ନ ମିଳିବାରୁ ଚାଲି ଚାଲି ଯାଉଥିବା କହିଛନ୍ତି। ଆମ ପାଇଁ ଗଛମୁଳ,ରାସ୍ତାକଡ, ନଦୀକୂଳ ଓ ବିଭିନ୍ନ ପୋଲିସ ଥାନା ରାତ୍ରି ଯାପନ ପାଇଁ ଏକମାତ୍ର ସହାରା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri