ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କାବ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ପାନ୍ଥନିବାସ ସଭାକକ୍ଷରେ ଆୟୋଜିତ ଏହି ଉତ୍ସବରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ କବି ଫନୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମୀର ସଦସ୍ୟ ଡ. ହରିଶ୍ଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି କବି ଧନଞ୍ଜୟ ସ୍ବାଇଁ ଓ ମୁଖ୍ୟବକ୍ତା ରୂପେ ଏକାଡ଼େମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡ. ବିଜୟାନନ୍ଦ ସିଂହ ଯୋଗଦେଇଥିଲେ। ଗାନ୍ଧୀଙ୍କ ସମ୍ପର୍କରେ ଅନୁଷ୍ଠିତ ଏଭ ଭବ୍ୟ କବିତା ପାଠୋତ୍ସବରେ ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ କବିଙ୍କ ସହ ସ୍ଥାନୀୟ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ।
ପ୍ରଥମ ଅଧିବେଶନରେ ଡ. ଅରବିନ୍ଦ ଗିରି ପୌରୋହିତ୍ୟ କରିଥିଲେ। ମୁଖ୍ୟବକ୍ତା ଭାବେ ଡ. ଶିରୀଶ ଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ଭାଗ ନେଇଥିଲେ। କବି ଦିଲୀପ ରଥ ଓ ସନ୍ନ୍ୟାସୀ ପାତ୍ରଙ୍କ ସଂଯୋଜନାରେ ସମରେନ୍ଦ୍ର ନାଥ ମହାପାତ୍ର, ସିତାଂଶୁ ଲେଙ୍କା, ରଞ୍ଜନ ବାଗ, କୁଞ୍ଜବିହାରୀ ଧଳ, ସୈରିନ୍ଧ୍ରୀ ସାହୁ, ଉପତ୍ଳ ମହାନ୍ତି, ଯଶୋଧାରା ଦାସ ଓ ଅଶ୍ୱିନୀ ଦାଶ ପ୍ରମୁଖ ଦେଶାତ୍ମାବୋଧକ କବିତା ପାଠ କରିଥିଲେ। ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ମହାମତ୍ା ଗାନ୍ଧୀଙ୍କ ସମ୍ପର୍କିତ ରାଜ୍ୟସ୍ତରୀୟ କବିତା ପାଠ ଓ କାବ୍ୟଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ମନୋରମା ବିଶ୍ୱାଳ ମହାପାତ୍ର ସଭାପତିତ୍ୱ କରିଥିଲେ ଓ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କବି ଗୀତାଶ୍ରୀ ପ୍ରିୟମ୍ବଦା ଓ ତନୁଜା ପଣ୍ଡା କବିତାଗୁଡ଼ିକର ସଂଯୋଜନା କରିଥିଲେ। କବି ଫନୀ ମହାନ୍ତି, ହୃଷୀକେଶ ମଲ୍ଲିକ, ଶତ୍ରୁଘ୍ନ ପାଣ୍ଡବ, ଧନଞ୍ଜୟ ସ୍ବାଇଁ, ପୀତାମ୍ବର ତରାଇ, ସୌଭାଗ୍ୟବନ୍ତ ମହାରଣା, ସୁଚେତା ମିଶ୍ର, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ବିମଳ ଜେନା ଓ ହୃଦାନନ୍ଦ ପାଣିଗ୍ରାହୀ ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଏକାଡ଼େମୀ ସଦସ୍ୟ ଅକ୍ଷୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।