Categories: ନୟାଗଡ଼

ଚଳନ୍ତା ଭ୍ୟାନ୍‌ରେ ଲାଗିଲା ନିଆଁ

ଓଡ଼ଗାଁ,୯।୬(ସ୍ବ.ପ୍ର.): ସ୍ଥାନୀୟ ଆଦର୍ଶ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଏକ ଚଳନ୍ତା ଗ୍ୟାସ୍‌ ସୋଡ଼ା ଭ୍ୟାନ୍‌ରେ ନିଆଁ ଲାଗିଯାଇଛି। ହାଇସ୍କୁଲ ଓ ଥାନା ସମ୍ମୁଖରେ ଭ୍ୟାନ୍‌ଟି ଅତିକ୍ରମ କରୁଥିବା ଏବଂ ପଛରୁ ହୁତହୁତ ହୋଇ ନିଆଁ ଜଳୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସେମାନେ ବଡ଼ ପାଟିରେ ପାଟି କରିବା ପରେ ଡ୍ରାଇଭର ଗାଡ଼ି ଅଟକାଇ ଗାଡ଼ିରୁ ଚମ୍ପଟ ମାରିଥିଲେ। ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିବା ବେଳେ ଭ୍ୟାନ୍‌ଟି ପ୍ରାୟ ପୋଡ଼ି ଯାଇଛି। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଛି। ବ୍ୟବସାୟ ଲାଗି ଭ୍ୟାନ୍‌ଟିକୁ ମୋଡିଫାଏଡ୍‌ କରାଯାଇଥିଲା। ତେବେ ଗାଡ଼ି ମାଲିକ ସୁନାମୁହିଁ ଅଞ୍ଚଳର ବୋଲି ଆଲୋଚନା ହେଉଛି।