ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ଦଶପଲ୍ଲା,୨୦ା୧(ଡି.ଏନ.ଏ.):ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଅଧିକାଂଶ ଗାଁରେ ଭଲ ରାସ୍ତାଟିଏ ନାହିଁ। ଫଳରେ ଜଣେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁରେ ପହଞ୍ଚି ପାରି ନ ଥିଲା। ଶେଷରେ ଗାଁ ଲୋକେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ପରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ଥିଲେ। ଗୁରୁବାର ଚଡେୟାପଲ୍ଲୀ ପଞ୍ଚାୟତ ରାଣିଝରି ଗ୍ରାମ ନିକଟ ବୁଲୁଙ୍ଗୁ ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ା ସୂଚନା ଅନୁଯାୟୀ, ଗ୍ରାମର ଜଣେ ମହିଳା ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ ା ସେ ଗୁରୁତର ଥିବା ଜାଣିବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ା ଆମ୍ବୁଲାନ୍ସ ଠିକ୍‌ ସମୟରେ ପହଞ୍ଚତ୍ ଥିଲେ ମଧ୍ୟ ଗାଁକୁ ରାସ୍ତା ନ ଥିବାରୁ ଆସି ପାରି ନ ଥିଲା ା ଶେଷରେ ଗାଁଠାରୁ ଅଢେଇ କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ରୋଗୀଙ୍କୁ ବୋହି ଆଣିବାକୁ ପଡିଥିଲା। ଏଥିରେ ଅବଶ୍ୟ ୧୦୮ଆମ୍ବୁଲାନ୍ସ କର୍ମଚାରୀ ବଦାନ୍ୟତା ଦେଖାଇ ଥିଲେ ା ସମ୍ପୃକ୍ତା ମହିଳାଙ୍କୁ ଖଟିଆରେ ବୁଲୁଙ୍ଗୁଠାରୁ ରାଣୀଝରି ପର୍ଯ୍ୟନ୍ତ ବୋହିଆଣିକୁ ପଡିଥିଲା। ଦଶପଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତା ମହିଳାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି।