ଚର୍ଚ୍ଚାରେ ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଲାଗୁ କରିବା ପରେ ୧୦୦୦ ଓ ୫୦୦ ଟଙ୍କିଆ ବଡ଼ ନୋଟ୍‌ ରାତାରାତି ଅଚଳ ହୋଇଯାଇଥିଲା। ଦେଶବ୍ୟାପୀ ଏହାକୁ ନେଇ ଚହଳ ପଡ଼ିଯିବା ପରେ ଜନସାଧାରଣ ନିଜ ପାଖରେ ରଖିଥିବା ଏହିସବୁ ନୋଟକୁ ଧରି ବ୍ୟାଙ୍କକୁ ଦୌଡ଼ିଥିଲେ। ସେତେବେଳର ସେହି ବଡ଼ ନୋଟ୍‌ର ବିକଳ୍ପ ଭାବେ ଆସିଲା ଗୋଲାପୀ ରଙ୍ଗର ୨୦୦୦ ଟଙ୍କିଆ କାଗଜ ଟଙ୍କା। ଏହି କିଛି ମାସ ହେବ ବିଭିନ୍ନ ସୋସିଆଲ ମିଡିଆରେ ଏହି ୨୦୦୦ ଟଙ୍କିଆ ନୋଟ୍‌ର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଚାଲିଛି। କୁହାଯାଉଛି, ଖୁବ୍‌ଶୀଘ୍ର ଏହି ଟଙ୍କାକୁ ବନ୍ଦ କରିଦିଆଯିବ। ଏଟିଏମ୍‌ରେ ଏହା ଉପଲବ୍ଧ ହେବ ନାହିଁ। ଏହା ବଦଳରେ ପୁଣି ନୂଆ ୧୦୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିବ। ଚାରିଆଡ଼େ ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଚର୍ଚ୍ଚା ଜୋର ଧରୁଥିବାରୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ।
ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଓ ୟୁଟ୍ୟୁବ୍‌ରେ ଏ ବିଷୟ ଘୂରି ବୁଲୁଥିବାରୁ ଏହାର ସତ୍ୟତା ନେଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଠାରୁ ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ଲୋଡ଼ାଯାଇଥିଲା। ଶୀର୍ଷ ବ୍ୟାଙ୍କ କହିଥିଲେ ଯେ, ସେଭଳି କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ଏକ ଗୁଜବ। ବରଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରିଣ୍ଟିଂ ବନ୍ଦ ରହିଛି। ତେଣୁ ଏଭଳି ଖବରକୁ ନେଇ ଲୋକେ ଭୟଭୀତ ନ ହୁଅନ୍ତୁ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତରେ ଲୋକେ ଏ ବିଷୟକୁ ନେଇ ଡରିଯାଉଛନ୍ତି । କାରଣ ଜନସାଧାରଣ ବିମୁଦ୍ରୀକରଣ ବେଳେ ଟଙ୍କା ବଦଳାଇବା ପାଇଁ ଭୋଗିଥିବା ଯନ୍ତ୍ରଣାକୁ ଭୁଲିପାରି ନାହାନ୍ତି। ବର୍ତ୍ତମାନ ଦେଶର ଆର୍ଥିକ ପରିସ୍ଥିତି ଭଲ ନ ଥିବା ବେଳେ ଏଭଳି ବିଷୟ ଯେକେହି ଶୁଣିଲେ ଶଙ୍କା ଜାତ ହୋଇଯାଉଛି। କେତେକେ କହୁଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଗୁଜବ ହେଉଥିଲେ ମଧ୍ୟ ଭିତରେ କିଛି କଠୋର ଆର୍ଥିକ ନିଷ୍ପତ୍ତି ନିଆଯାଉଥାଇପାରେ। ନ ହେଲେ ବାରମ୍ବାର କାହିଁକି ଏପରି ଖବର ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri