Categories: ରାୟଗଡା

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ବୈପାରୀଗୁଡ଼ା,୧୮।୪(ଡି.ଏନ୍‌.ଏ.): ମହାଦେବଙ୍କ ଲିଙ୍ଗ ଆକୃତିର ପଣସକୁ ନେଇ ଏବେ ବୈପାରୀଗୁଡ଼ା ଅଞ୍ଚଳରେ ଚର୍ଚ୍ଚା । ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ମୁଣ୍ଡାଗୁଡ଼ାର ଜଣେ ଯୁବକଙ୍କ ବଗିଚାରେ ଏଭଳି ଆକୃତିର ପଣସ ଫଳିଛି। ତାହାକୁ ତୋଳିଆଣି ପରିବାର ଲୋକଙ୍କୁ ଦେଖାଇବା ପରେ ସେମାନେ ଭକ୍ତିରେ ତାହାକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି।