ପରଜଙ୍ଗ, ୨୫।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ମୃତଦେହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିଛନ୍ତି। ଏମ୍ବିବିଏସ୍ ଡାକ୍ତର ହିଁ ଶବ ବ୍ୟବଚ୍ଛେଦ କରିପାରିବେ ଏବଂ ଏହାର ରିପୋର୍ଟ ମଧ୍ୟ ସେ ହିଁ ପ୍ରସ୍ତୁତ କରିବେ ବୋଲି ନିୟମ ରହିଛି। ହେଲେ ଏମ୍ବିବିଏସ୍ ଡାକ୍ତରଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିବାବେଳେ ଏବେ କିଏ ଏବଂ କେମିତି ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ତାହାକୁ ନେଇ ସୃଷ୍ଟି ହୋଇଛ ପ୍ରଶ୍ନବାଚୀ।
ପାଣିଗେଙ୍ଗୁଟିଆ ଗ୍ରାମର ଜଣେ ଛାତ୍ରୀ ରବିବାର ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉକ୍ତ ସମୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତି ଅନୁପସ୍ଥିତ ଥିଲେ। ତେଣୁ ଛାତ୍ରୀଙ୍କୁ ମୃତ ଘୋଷଣା କରିବାକୁ ନେଇ ଅଡ଼ୁଆ ବଢ଼ିଥିଲା। କାରଣ କୌଣସି ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ଆୟୁଷ ଡାକ୍ତରଙ୍କ କାର୍ଯ୍ୟ ପରିସର ବାହାରେ। ତେଣୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଆୟୁଷ ଡାକ୍ତର ରଞ୍ଜନା ଗଡ଼ନାୟକ ଏହି କାର୍ଯ୍ୟ କରିବାକୁ ମନା କରିଥିଲେ। ହେଲେ ଏମ୍ବିବିଏସ୍ ଡାକ୍ତର ଅନୁପସ୍ଥିତ ଥିବାରୁ ପରେ ସେ ଛାତ୍ରୀଙ୍କୁ ମୃତ ଘୋଷଣା ସହ ବ୍ୟବଚ୍ଛେଦ ମଧ୍ୟ କରିଥିଲେ।
ଏ ନେଇ ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ କୁହନ୍ତି, ପାଣିରେ ବୁଡ଼ିଯାଇ କେହି ପ୍ରାଣ ହରାଇଲେ ୪ଲକ୍ଷ ଟଙ୍କା ସରକାରୀ ସହାୟତା ଦେବାକୁ ବ୍ୟବସ୍ଥା ରହିଛି। ଏଥିଲାଗି ବ୍ୟବଚ୍ଛେଦ ରିପୋର୍ଟ ବେଶ୍ ଗୁରୁତ୍ୱ ରଖେ। ହେଲେ ଆୟୁଷ ଡାକ୍ତର ବ୍ୟବଚ୍ଛେଦ କରିବା ଏବଂ ଏହାର ରିପୋର୍ଟ ଅନୁପସ୍ଥିତ ଥିବା ଏମ୍ବିବିଏସ୍ ଡାକ୍ତର କିପରି ଦେବେ ତାହାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଛି। ଏ ନେଇ ସେ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ। ଆବଶ୍ୟକ ପଡ଼ିଲେ ଅନଶନରେ ବସିବେ ବୋଲି କହିଛନ୍ତି।
ଡାକ୍ତର ରଞ୍ଜନା ନିଜର ମତାମତରେ କୁହନ୍ତି, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଅନୁପସ୍ଥିତ ଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ସେ ଶବ ବ୍ୟବଚ୍ଛେଦ କରିଥିଲେ। ହେଲେ ଅଥରାଇଜ ନ ଥିବାରୁ ରିପୋର୍ଟ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କୁହନ୍ତି, ଆୟୁଷ ଡାକ୍ତର ମୃତଦେହ ଦେଖି ଭୟ କରୁଛନ୍ତି। ରବିବାର ଅନ୍ୟ କେହି ଡାକ୍ତର ନ ଥିବାର ଛାତ୍ରୀଙ୍କ ବ୍ୟବଚ୍ଛେଦ କରିବାକୁ ଡାକ୍ତର ରଞ୍ଜନା ଗଡ଼ନାୟକଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ହେଲେ ରିପୋର୍ଟ ଦେବା ତାଙ୍କ ଅଧିକାର ନାହିଁ। ତାଙ୍କଠାରୁ ପଚାରି ବୁଝି ବ୍ୟବଚ୍ଛେଦ ରିପୋର୍ଟ ଦିଆଯିବ। ଏଥିରେ କୌଣସି ସମସ୍ୟା ହେବନାହିଁ।
ଚର୍ଚ୍ଚାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ମୃତଦେହ ବ୍ୟବଚ୍ଛେଦ କଲେ ଆୟୁଷ ଡାକ୍ତର
Posted inHome, ଆମ ଜିଲା ଖବର, ଢେଙ୍କାନାଳ View All
ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’
ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ
ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ…
ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
Archives

