ଚମ୍ପୁଆରେ ମହାପ୍ରଭୁଙ୍କ ଦେବସ୍ନାନ

ଚମ୍ପୁଆ, ୫ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ତଥା ଚମ୍ପୁଆ ପ୍ରଶାସନ ମୁଖ୍ୟ ପ୍ରତାପ ପ୍ରତିମୟଙ୍କ ଉପସ୍ଥିତିରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ପୂଜକ ଚମ୍ପେଶ୍ୱର ମିଶ୍ର, ବିପିନ ମିଶ୍ର, ସତ୍ୟ ମିଶ୍ର ପ୍ରମୁଖ ସକାଳେ ତିନି ଠାକୁରଙ୍କୁ ସ୍ନାନ ବେଦୀକୁ ଆଣିବା ପରେ ପୂଜାର୍ଚ୍ଚନା କରାଯାଇ ସ୍ନାନପୂର୍ଣ୍ଣିମା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରାୟ ୨ ଘଣ୍ଟା ଠାକୁରଙ୍କ ନାନାଧି ବିଧି ଅନୁସାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପୂଜକମାନେ ସ୍ନାନବେଦୀରେ ପୂଜାର୍ଚ୍ଚନା କରିଥିଲେ। କରୋନା ମହାମାରୀ ଯୋଗୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇ ଏହି ସ୍ନାନ ପୂର୍ଣ୍ଣିମା ସମ୍ପାଦନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବରିଷ୍ଠ ସଦସ୍ୟ ସତ୍ୟବାନ କର, ଧିରେନ ଦାସ ଓ ତ୍ରିଲୋଚନ କର ପ୍ରମୁଖ ଉପସ୍ଥିତ ଥିଲେ।