ଚପଲ ଦୋକାନ ଜଳିଗଲା

ଖଜୁରିପଡ଼ା(ଡି.ଏନ.ଏ.)/ବଲସକୁମ୍ପା,୧ା୨-ଖଜୁରିପଡ଼ା ବଜାରରେ ଥିବା ଏକ ଚପଲ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଥିବା ସେମାନେ କହିଛନ୍ତି। ଚପଲ ଦୋକାନି ଧର୍ମେନ୍ଦ୍ର ନାଥ ମାଝିଙ୍କ କହିବାନୁସାରେ, ଶୁକ୍ରବାର ରାତି ୧୦ଟାରେ ସେ ଦୋକାନ ବନ୍ଦ କରି ଘରକୁ ଯାଇ ଶୋଇଥିଲେ। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲାଗିଥିବା ଜଣେ ମହିଳା ତାଙ୍କୁ କହିଥିଲେ। ଏହା ଶୁଣି ଦୋକାନକୁ ଯାଇ ଜଳିଥିବା ଦେଖି ମାଝି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।