Categories: ଜାତୀୟ

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ସ୍ଥଗିତ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ), ୧୫ା୭(ପି.ଟି.): ଶେଷ ମୁହୂର୍ତ୍ତରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ବାତିଲ କରିଦିଆଯାଇଛି। କେଉଁ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ହେଁ ଖୁବ୍‌ଶୀଘ୍ର ନୂଆ ତାରିଖ ଓ ସମୟ ଘୋଷଣା କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଜୁଲାଇ ୧୪-୧୫ ରାତ୍ରି ୨ଟା ୫୧ରେ ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୨କୁ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବା ଲାଗି ରବିବାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଅଧିକ ଓଜନ ବହନକାରୀ ରକେଟ୍‌ ଜିଏସ୍‌ଏଲ୍‌ଭି-ମେକ୍‌୩ (ବାହୁବଲୀ ଭାବେ ନାମିତ୍‌)ଯୋଗେ ଚନ୍ଦ୍ରୟାନ-୨କୁ ସ୍ଥାନୀୟ ସ୍ପେସ୍‌ପୋର୍ଟରୁ ଲଞ୍ଚ୍‌ କରାଯାଇଥାନ୍ତା।

Share