Categories: ଜାତୀୟ

ଚନ୍ଦ୍ରୟାନ-୨: ଇସ୍ରୋକୁ ମିଳିଛି ୯୫ ପ୍ରତିଶତ ସଫଳତା

ଶ୍ରୀହରିକୋଟା,୭।୯: ଚନ୍ଦ୍ରୟାନ-୨ ମିଶନ୍‌ରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲେ ଏଥିରେ ଥିବା ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠର କେତେକ ଫଟୋ ପଠାଇଥାନ୍ତା। ଏହାଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗ ସମ୍ପର୍କରେରେ କେତେକ ଅଜଣା ତଥ୍ୟ ମିଳିଥାନ୍ତା। ତେବେ ଏହି ମିଶନର ରୋଭରର କାର୍ଯ୍ୟ ମାତ୍ର ୫ ପ୍ରତିଶତ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଅର୍ବିଟର ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରକୁ ପରିକ୍ରମା କରିବ। ଏହା ସହାୟତାରେ ମଧ୍ୟ ଇସ୍ରୋର ଚନ୍ଦ୍ର ମିଶନ ଆଗେଇ ପାରିବ। ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ଧ୍ୱଂସ ହୋଇଯାଇଛି କିମ୍ବା ଅନ୍ୟ କିଛି ହୋଇଛି ସେନେଇ କୌଣସି ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ଅର୍ବିଟର  ଚନ୍ଦ୍ରର ପରିକ୍ରମା କରିବା ସମୟରେ ବିକ୍ରମର ପ୍ରକୃତ ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରେରଣ କରିବାର ଆଶା ଥିବା ଇସ୍ରୋ ମହାକାଶ ବିଜ୍ଞାନୀ କହିଛନ୍ତି। ଏହି ମିଶନରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

Share