ଚନ୍ଦ୍ରିକାକଁର ଅଁଟାରେ ବଢ଼ୁଛେ ଆବୁ

ଅମରପାଲି, ୨।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ଗାଁର ରୋହନ ରାଜହଂସ ଆର ଦ୍ରୋପଦୀ ରାଜହଂସକଁର ୫ ବଛର୍‌ର ଝି’ ଚନ୍ଦ୍ରିକା। ତାକର ଅଁଟାରେ ଗୁଟେ ଆବୁ ବଢ଼ୁଛେ। ଦିନୁଦିନ୍‌କେ ଆବୁଟା ବଢ଼ତେଲ ଯିବାର ଲାଗି ସେ ଚାଲବୁଲ କରି ନାଇଁପାରବାର। ଏନ୍‌ତା କି ସେ ଜନ୍‌ମୁ ଆଏଜ୍‌ତକ ଠିଆ ହେଇ ନୁହେପାରନ୍‌। ରୋହନକଁର ୩ ଛୁଆପିଲାକର ଭିତରୁ ଚନ୍ଦ୍ରିକା ବଡ଼। କୁଲିମଜୁରି କରି କୁଟୁମ ପୁଷୁଥିବାର ରୋହନ ଲାଗ୍‌ବରମସ କରି ଝି’କେ ବୁର୍ଲା, କଟକ ଆର ଭୁବନେଶ୍ୱରରେ ଚିକିଛା କରେଇଥିଲେ। ହେଲେ ଚିକିଛା ଲାଗି ଅଧ୍‌କା ଟଁକାର ଦରକାର ପଡ଼ଲା। ଶେଷେ ଟଁକା ପଏସା ଅଭାବୁ ଚନ୍ଦ୍ରିକାକଁର ଚିକିଛା ହେଇ ନାଇଁପାରଲା। ଇଆଡ଼େ କୁଲିମଜୁରି କରି ଯାହା କମାନି ହେଉଛେ ସେଥ୍‌ରେ ରୋହନକୁଁ ପରିବାର ଚଲାବାକେ ପଡ଼ୁଛେ। ଇ ଭିତରେ ଝି’ର ଚିକିଛାରେ ଲକ୍ଷାଧିକ୍‌ ଟଁକା ଖରଚ୍‌ ହେଲାନ। ହେଲେ ଚନ୍ଦ୍ରିକାର ରୋଗ୍‌ ନାଇଁ ଘୁଚ୍‌ବାର। ତାକର ସ୍ବାସ୍ଥ୍ୟ କାର୍ଡ ଥିଲେ ବି ଚିକିଛା ସମିଆରେ ସେଟା କାମେ ନାଇଁ ଲାଗିପାରି। ପରିବାରଟା ଭୂମିହୀନ ହେଇଥିଲାବେଲେ ସରକାରକଁର ତରଫରୁ ଖାଲି ରାଶନ କାର୍ଡ ଖଁଡ଼େ ମିଲିଛେ। ଏହେଦେ ବି ପରିବାରଟା ଗୁଟେ ଭଂଗା ଦଦ୍‌ରା ଘରେ ମୁଡ଼ ଗୁଁଜିଛନ୍‌। ଆଏଜ୍‌ତକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ରୋହନ ଗଣମାଧ୍ୟମ ଜରିଆରେ ଝି’ର ଚିକିଛା ସାହଯ୍‌ ସଂଗେ ଉନିଆ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଜିଲା ପରଶାସନକେ ଗୁହାରି କରିଛନ୍‌।