Categories: ଜାତୀୟ

ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍‌: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ ଏହି ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିଛି। କଂଗ୍ରେସ ସଦସ୍ୟ ମୋତିଲାଲ୍‌ ଭୋରା ଏନେଇ କହିଛନ୍ତି ଯେ, ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପରେ ସମଗ୍ର ଦେଶ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ସରକାର ସେମାନଙ୍କର ଦରମା କାଟିବା ଅତି ଦୁଃଖର ବିଷୟ। ୧୯୯୬ରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଅନୁସାରେ ଏହି ଅତିରକ୍ତ ବେତନ ଲାଗୁ ହୋଇଥିଲା। ତେଣୁ ସରକାର ଏହାକୁ କାଟ୍‌ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Share