ଚନ୍ଦ୍ରପୃଷ୍ଠରେ ପଦାର୍ପଣର ପଚାଶ ବର୍ଷ

”୧୯୬୭ ମସିହା ସୁଦ୍ଧା ଚନ୍ଦ୍ର ଅଭିଯାନ ପାଇଁ ରୁଷିଆ ଓ ଆମେରିକା ଯଥାକ୍ରମେ ସୋୟୁଜ ଓ ଆପୋଲୋ ଯାନର ବିକାଶ କରିଥିଲେ। ଆମେରିକା ପ୍ରଥମେ ମନୁଷ୍ୟବିହୀନ ଅଭିଯାନରେ ଆପୋଲୋ-୪ ଓ ଆପୋଲୋ-୬ ଯାନକୁ ଚନ୍ଦ୍ର କକ୍ଷକୁ ପଠାଇଥିଲା। ଏହାପରେ ଆପୋଲୋ-୮ ଯାନରେ ତିନିଜଣ ମହାକାଶଚାରୀ ଚନ୍ଦ୍ର କକ୍ଷକୁ ଯାଇ ଏହାକୁ ପରିକ୍ରମଣ କରି ନିରାପଦରେ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲେ। ଏହାପରେ ଆଉ ଦୁଇଟି ଅଭିଯାନ ଆପୋଲୋ-୯ ଓ ଆପୋଲୋ-୧୦ରେ ମହାକାଶଚାରୀମାନେ ଚନ୍ଦ୍ର କକ୍ଷକୁ ଯାଇ ବିଭିନ୍ନ ପରୀକ୍ଷା କରି ପୃଥିବୀକୁ ଫେରିଥିଲେ।“

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମହାକାଶ ଯୁଗ ଆରମ୍ଭ ହେଲା। ପୂର୍ବତନ ସୋଭିଏଟ୍‌ ରୁଷ ୧୯୫୭ ଅକ୍ଟୋବର ୪ ତାରିଖରେ ମହାକାଶକୁ ପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ-୧ ପ୍ରେରଣକରି ଇତିହାସ ସୃଷ୍ଟି କଲା। ରୁଷ ୧୯୬୧ ମସିହା ଏପ୍ରିଲ ୧୨ ତାରିଖରେ ମହାକାଶକୁ ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍‌ଙ୍କୁ ପଠାଇ ଅନ୍ୟ ଏକ ଇତିହାସ ରଚିଥିଲା। ତାହା ଥିଲା ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଶୀତଳଯୁଦ୍ଧର ସମୟ। ପ୍ରତ୍ୟେକ ଦେଶ ଅନ୍ୟଠାରୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଆଦିରେ ଅଧିକ ଉନ୍ନତ ଭାବେ ପ୍ରଦର୍ଶନ କରୁଥିଲେ। ମହାକାଶ ଅଭିଯାନରେ ରୁଷିଆର ଏହି ସଫଳତା ଆମେରିକାକୁ ଅପମାନିତ କରିବା ସଦୃଶ ଥିଲା। ଆମେରିକା ମଧ୍ୟ ମହାକାଶ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଏହା ମଧ୍ୟ ମହାକାଶକୁ କୃତ୍ରିମ ଉପଗ୍ରହ ଓ ମହାକାଶଚାରୀଙ୍କୁ ପଠାଇଲା। ମହାକାଶ ଅଭିଯାନରେ ଦୁଇ ଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଥିଲା।
ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ଆମର ନିକଟତମ ଜ୍ୟୋତିର୍ବିଦୀୟ ପିଣ୍ଡ। ଚନ୍ଦ୍ର ଅଭିଯାନରେ ଯିବା ପାଇଁ ଉଭୟ ରୁଷିଆ ଓ ଆମେରିକା ଚେଷ୍ଟାକଲେ। କିଏ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପାଦ ଦେବ, ସେଥିପାଇଁ ଉଭୟ ଦେଶ ମଧ୍ୟରେ ପ୍ରତିଯୋଗିତା ହେଉଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡି ୧୯୬୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସକୁ ନିଜ ଭାଷଣରେ ପ୍ରକାଶ କରିଥିଲେ ଯେ ଏହି ଦଶନ୍ଧି ଶେଷ ପୂର୍ବରୁ ଆମେ ଜଣେ ମନୁଷ୍ୟକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବୁ ଏବଂ ତାକୁ ନିରାପଦରେ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବୁ।
୧୯୬୭ ମସିହା ସୁଦ୍ଧା ଚନ୍ଦ୍ର ଅଭିଯାନ ପାଇଁ ରୁଷିଆ ଓ ଆମେରିକା ଯଥାକ୍ରମେ ସୋୟୁଜ ଓ ଆପୋଲୋ ଯାନର ବିକାଶ କରିଥିଲେ। ଆମେରିକା ପ୍ରଥମେ ମନୁଷ୍ୟବିହୀନ ଅଭିଯାନରେ ଆପୋଲୋ-୪ ଓ ଆପୋଲୋ-୬ ଯାନକୁ ଚନ୍ଦ୍ର କକ୍ଷକୁ ପଠାଇଥିଲା। ଏହାପରେ ଆପୋଲୋ-୮ ଯାନରେ ତିନିଜଣ ମହାକାଶଚାରୀ ଚନ୍ଦ୍ର କକ୍ଷକୁ ଯାଇ ଏହାକୁ ପରିକ୍ରମଣ କରି ନିରାପଦରେ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲେ। ଏହାପରେ ଆଉ ଦୁଇଟି ଅଭିଯାନ ଆପୋଲୋ-୯ ଓ ଆପୋଲୋ-୧୦ରେ ମହାକାଶଚାରୀମାନେ ଚନ୍ଦ୍ର କକ୍ଷକୁ ଯାଇ ବିଭିନ୍ନ ପରୀକ୍ଷା କରି ପୃଥିବୀକୁ ଫେରିଥିଲେ।
ମହାକାଶ ଅଭିଯାନ ଇତିହାସରେ ୧୯୬୯ ଜୁଲାଇ ୨୦ ତାରିଖ ଥିଲା ଗୋଟିଏ ଉଲ୍ଲେଖନୀୟ ଦିବସ। ଏହିଦିନ ପୃଥିବୀର ଦୁଇଜଣ ମନୁଷ୍ୟ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପଦାର୍ପଣ କରିଥିଲେ। ଆପୋଲୋ-୧୧ ଯାନକୁ ୧୯୬୯ ଜୁଲାଇ ୧୬ ତାରିଖରେ ଫ୍ଲୋରିଡାର କେପ୍‌ କେନେଡି ମହାକାଶ କେନ୍ଦ୍ରରୁ ସଟର୍ନ-୫ ରକେଟ୍‌ ସାହାଯ୍ୟରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ଏଥିରେ ତିନିଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌, ମାଇକେଲ୍‌ କୋଲିନ୍‌ସ ଓ ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଥିଲେ। ସେମାନଙ୍କର ଯାନ ଜୁଲାଇ ୧୯ ତାରିଖରେ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା। ଚନ୍ଦ୍ର କକ୍ଷରେ ତିରିଶ ଥର ପରିକ୍ରମା କରିବା ପରେ ଜୁଲାଇ ୨୦ ତାରିଖରେ ମୂଳ ଯାନରୁ ଚନ୍ଦ୍ରଯାନ ଅଲଗା ହୋଇଯାଇଥିଲା। କୋଲିନ୍‌ସ ଏକୁଟିଆ ମୂଳଯାନ କଲମ୍ବିଆରେ ରହିଥିଲେ ଏବଂ ଅନ୍ୟ ଦୁଇ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଯାଇ ଏହାର ନିରୁପଦ୍ରବ ସାଗରରେ ଅବତରଣ କରିଥିଲେ। ଆର୍ମଷ୍ଟ୍ରଙ୍ଗ୍‌ ପ୍ରଥମେ ଚନ୍ଦ୍ରଯାନରୁ ଓହ୍ଲାଇ ଚନ୍ଦ୍ର ପୃଷ୍ଠରେ ନିଜର ବାମ ପାଦ ପକାଇ ଇତିହାସ ସୃଷ୍ଟି କରିଥିଲେ। ଏହାକୁ ପୃଥିବୀପୃଷ୍ଠରୁ ଟେଲିଭିଜନରେ ଦେଖାଯାଇଥିଲା। ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପୃଥିବୀକୁ ଏକ ଐତିହାସିକ ବାର୍ତ୍ତା ଦେଇ କହିଥିଲେ, ”ଏହା ହେଉଛି ମନୁଷ୍ୟ ପାଇଁ ଗୋଟିଏ ଛୋଟ ସୋପାନ, ମାତ୍ର ମାନବ ସମାଜ ପାଇଁ ଏହା ହେଉଛି ଗୋଟିଏ ବିରାଟ ପଦକ୍ଷେପ“।
ଆର୍ମଷ୍ଟ୍ରଙ୍ଗ ଓହ୍ଲାଇବାର ସାଢ଼େ ଛଅ ଘଣ୍ଟା ପରେ ଆଲ୍‌ଡ୍ରିନ୍‌ ଚନ୍ଦ୍ରଯାନରୁ ଅବତରଣ କରି ତାଙ୍କ ସହିତ ଯୋଗଦେଇଥିଲେ। ଦୁହେଁ ଚନ୍ଦ୍ରପୃଷ୍ଠରେ ୨୧ ଘଣ୍ଟାରୁ ଅଧିକ ସମୟ ରହି ସେଠାରେ ଆମେରିକାର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ସଂଗ୍ରହ କରିଥିଲେ ଏବଂ ବିଭିନ୍ନ ପରୀକ୍ଷା କରିଥିଲେ। ସେମାନେ ସାଥିରେ ନେଇଥିବା ଗୋଟିଏ ଫଳକ ଚନ୍ଦ୍ରପୃଷ୍ଠରେ ପୋତିଥିଲେ। ସେଥିରେ ଲେଖାଥିଲା, ”୧୯୬୯ ମସିହା ଜୁଲାଇ ମାସରେ ପୃଥିବୀର ପ୍ରଥମ ମନୁଷ୍ୟ ଭାବରେ ଚନ୍ଦ୍ରରେ ପାଦ ପକାଇ ସମଗ୍ର ମାନବ ଜାତିର ଶାନ୍ତି କାମନା କରି ଆମେ ଏଠାକୁ ଆସିଥିଲୁ“। ଚନ୍ଦ୍ରପୃଷ୍ଠରୁ ମହାକାଶଚାରୀମାନେ ରାଷ୍ଟ୍ରପତି ନିକ୍‌ସନ୍‌ଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇ କହିଥିଲେ, ”ଏଠାରେ ଆମେ ପହଞ୍ଚିବା ହେଉଛି ଆମମାନଙ୍କ ପାଇଁ ବଡ଼ ସମ୍ମାନ ଓ ଗର୍ବ। ଆମେମାନେ କେବଳ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ, ସମସ୍ତ ଦେଶର ଶାନ୍ତିପ୍ରିୟ ଲୋକଙ୍କୁ ପ୍ରତିନିଧିତ୍ୱ କରୁଛୁ। ଆମେମାନେ ସମସ୍ତ ଲୋକଙ୍କର ଆଗ୍ରହ, ଆକାଂକ୍ଷା ଓ ଭବିଷ୍ୟତର ଦୂରଦୃଷ୍ଟିକୁ ମଧ୍ୟ ପ୍ରତିନିଧିତ୍ୱ କରୁଛୁ।“ ଏହା ପରେ ସେମାନେ ଚନ୍ଦ୍ରଯାନରେ ଆସି ଚନ୍ଦ୍ରକକ୍ଷରେ ଥିବା ମୂଳଯାନରେ ପହଞ୍ଚିଥିଲେ ଏବଂ ସେଠାରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଏହା ପରେ ଆଉ ପାଞ୍ଚଟି ଆପୋଲୋ ଅଭିଯାନରେ ଦଶଜଣ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ। ଶେଷ ଦୁଇ ମହାକାଶଚାରୀ ୧୯୭୨ ଡିସେମ୍ବର ୧୧ ତାରିଖରେ ଚନ୍ଦ୍ରପୃଷ୍ଠକୁ ଯାଇଥିଲେ। ଏହାପରେ ଆପୋଲୋ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଗଲା। ଆମେରିକାର ଆପୋଲୋ କାର୍ଯ୍ୟକ୍ରମ ସଫଳ ଭାବେ ଅଗ୍ରସର ହେଉଥିବା ବେଳେ ରୁଷିଆର ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମ ନାନା ବାଧାବିଘ୍ନର ସମ୍ମୁଖୀନ ହୋଇ ବିଫଳ ହୋଇଥିଲା।
୧୯୭୨ ମସିହା ପରେ କୌଣସି ଦେଶ ଚନ୍ଦ୍ରପୃଷ୍ଠକୁ ମନୁଷ୍ୟ ପଠାଇବା ପାଇଁ ଚେଷ୍ଟା କରିନାହାନ୍ତି। ମାତ୍ର ମନୁଷ୍ୟବିହୀନ ଯାନ ଚନ୍ଦ୍ରକୁ ପରିକ୍ରମା କରି ଏବଂ କେତେକ ଏହା ପୃଷ୍ଠରେ ଅବତରଣ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛି। ଆମେରିକା, ରୁଷିଆ, ଚାଇନା, ଭାରତ ଓ ଜାପାନ ଆଦି ଦେଶ ଚନ୍ଦ୍ର କକ୍ଷକୁ ଯାନ ପଠାଇଛନ୍ତି। ଭାରତ ୨୦୦୮ ମସିହାରେ ଚନ୍ଦ୍ର କକ୍ଷକୁ ଚନ୍ଦ୍ରଯାନ-୧ ପଠାଇଥିଲା ଏବଂ ଏଥିରୁ ଗୋଟିଏ ପ୍ରୋବ୍‌ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ଏହି ଅଭିଯାନରେ ଚନ୍ଦ୍ରରେ ଜଳର ଆବିଷ୍କାର ହୋଇଥିଲା। ଚାଇନାର ଚୋଙ୍ଗୁ-୪ ଯାନ ଏହି ବର୍ଷ ଜାନୁୟାରୀ ମାସରେ ପୃଥିବୀକୁ ଦେଖାଯାଉ ନ ଥିବା ପାର୍ଶ୍ୱରେ ଅବତରଣ କରିଛି ଏବଂ ଏହା କେତୋଟି ନୂତନ ଖଣିଜ ପଦାର୍ଥର ସନ୍ଧାନ ଦେଇଛି।
ଆବହମାନ କାଳରୁ ମନୁଷ୍ୟ ପାଇଁ ଚନ୍ଦ୍ର ଆକର୍ଷଣ ସାଜିଛି। ପୁରାଣ ଯୁଗର ସେ ଆମମାନଙ୍କର ଚନ୍ଦ୍ର ଦେବ ହୁଅନ୍ତୁ କିମ୍ବା ଜନମାନସରେ ଚନ୍ଦ୍ର ମାମୁ ହୁଅନ୍ତୁ, ମନୁଷ୍ୟ ସର୍ବଦା ଚନ୍ଦ୍ର ପ୍ରତି ଧ୍ୟାନ ଦେଇ ଆସିଛି। କିନ୍ତୁ ଆଜକୁ ପଚାଶ ବର୍ଷ ପୂର୍ବେ ଚନ୍ଦ୍ରରେ ମନୁଷ୍ୟର ପ୍ରଥମ ପଦାର୍ପଣ ହେଉଛି ଏକ ଐତିହାସିକ କୀର୍ତ୍ତି।

ଇଂ. ମାୟାଧର ସ୍ବାଇଁ
୭୦,ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri