ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲିଛି।   ଜିଲାର ସମସ୍ତ ବ୍ଲକରେ ସମନ୍ବିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରାଯାଇ ସେଠାରେ ଅଫିସ କାମ ଚାଳଇଛି।   କିନ୍ତୁ ଚନ୍ଦ୍ରପୁର ଭଳି ପଛୁଆ ଅଞ୍ଚଳରେ ନା ଅଛି କାର୍ଯ୍ୟାଳୟ ଗୃହ ନା ଅଛନ୍ତି ସିଡିପିଓ ନା ଅଛନ୍ତି କିରାଣି ନା ଅଛନ୍ତି ପିଅନ। ଏଠାରେ ନାମକୁ ମାତ୍ର ମମତା ଯୋଜନାର ପ୍ରୋଗାମ ଆସିଷ୍ଟାଣ୍ଟ ଅଫିସ ଖୋଲି କାମ ତୁଲାଇଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଠାରେ ଥିବା ସିଡିପିଓ  ବର୍ଷେ ତଳୁ   ବଦଳି ହୋଇ ଚାଲିଯିବା ପରେ ପ୍ରଶାସନ ପକ୍ଷରୁ ନୂତନ ଭାବେ କୌଣସିି ସିଡିପିଓଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ବର୍ତ୍ତମାନ କାମଚଳା ପାଇଁ ମୁନିଗୁଡା ବ୍ଲକ ସିଡିପିଓ ଏହାର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।  ଏଠାରେ ଥିବା ପ୍ରୋଗାମ ଆସିଷ୍ଟାଣ୍ଟ ସୁପରଭାଇଜର ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ତଥା  ଅନ୍ୟ ସୂଚନା ସମ୍ପର୍କୀୟ କାମ ପାଇଁ ବାଧ୍ୟ ହୋଇ  ମୁନିଗୁଡା ସିଡିପିଓଙ୍କ ନିକଟକୁ ଯାଇଥାନ୍ତି। ଅଫିସ କାର୍ଯ୍ୟ ତଥା ପରିଦର୍ଶନ ପାଇଁ ସରକାରଙ୍କ ପକ୍ଷରୁ ଚାରିଚକିଆ ଯାନଟିଏ ମଧ୍ୟ ଯୋଗାଇ ଦିଅରଯାଇ ନାହିଁ। ଏ ସମ୍ପର୍କରେ ସିଡିପିଓ କାର୍ଯ୍ୟାଳୟର ମମତା ଯୋଜାନର ପ୍ରୋଗାମ ଆସିଷ୍ଟାଣ୍ଟ ଉମାକାନ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଜଣେ କିରାଣୀ ସୁନିଲ ବିଡିକା ଥିବା ସମୟରେ ଅଫିସ କାମ ସୁରୁଖୁରୁରେ ଚାଲୁଥିଲା। ସେ ଏକ ବର୍ଷ ହେଲାଣି ପଦ୍ମପୁର ବ୍ଲକକୁ ବଦଳି ପରେ କେହି କିରାଣୀ ନାହାନ୍ତି। ବିନା କିରାଣି, ବିନା ପିଅନରେ ଅଫିସ ଜଗି ବସିଛୁ ବୋଲି ସେ କହିଛନ୍ତି।  ଏହି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗୋଟିଏ ପାର୍ଶ୍ୱରେ ସିଡିପିଓ କାର୍ଯ୍ୟାଳୟ, ଅନ୍ୟ ପାର୍ଶ୍ୱରେ ଓଡିଶା ଜୀବିକା ମିଶନର ଅଫିସ ଚାଲିଛି। ଅତିଶୀଘ୍ର ଚନ୍ଦ୍ରପୁର ପାଇଁ ଜଣେ ସିଡିପିଓ, ଦୁଇଟି କିରାଣି ନିଯୁକ୍ତି ସହ ସ୍ବତନ୍ତ୍ର ଭାବେ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଚନ୍ଦ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭୀମ ଗଗେରେଙ୍ଗା ଦାବି କରିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri