ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ା ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ, ଜଗତସିଂହପୁର, ପୁରୀ, ନୟାଗଡ ଆଦି ୧୦ଟି ଜିଲାରୁ ମୋଟ ୪୦ ଟିମ୍‌ ଅଂଶଗ୍ରହଣ କରିଛନ୍ତି ା ଉଭୟ ବାଳିକା ଓ ବାଳକ ବିଭାଗକୁ ନେଇ ଗଠିତ ସବ୍‌ଜୁନିୟର ଓ ଜୁନିୟର ବିଭାଗରେ ୮୦ଟି ମ୍ୟାଚ୍‌ ଅନୁଷ୍ଠିତ ହେବ ା ରାଜ୍ୟର ବିଭିନ୍ନ ଅଞ୍ଚଳର ମୋଟ ୨୫ଜଣ ରେଫରୀ ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ଅଛନ୍ତି ା ରଘୁନାରାୟଣ ହାଇସ୍କୁଲର କ୍ରୀଡା ଶିକ୍ଷକ ତଥା ଟେକ୍ନିକାଲ କମିଟି ଅଧ୍ୟକ୍ଷ ବିଭୁଦତ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ବାଲେଶ୍ୱର ସହିତ ନୟାଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ା ଉଦ୍‌ଘାଟନୀ ଉତ୍ସବରେ ଅତିଥି ରୂପେ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋହନ ଚରଣ ଖିଲାର କ୍ରୀଡା ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେନିସ୍‌ ଭଲିବଲ ଆସୋସିଏଶନର ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ମହାପାତ୍ର, ସମ୍ପାଦକ ଶଶିକାନ୍ତ ନାୟକ, ମାର୍କୋଣା ଆଥ୍‌ଲେଟିକ ଆସୋସିଏଶନର ସମ୍ପାଦକ ରମାକାନ୍ତ ପଣ୍ଡା, ଗୋଲକ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲା ଟେନିସ୍‌ ଭଲିବଲ ଆସୋସିଏଶନ ଓ ମାର୍କୋଣା ଆଥ୍‌ଲେଟିକ ଆସୋସିଏଶନ(ମା)ର ମିଳିତ ସହଯୋଗରେ ଏହି କ୍ରୀଡା ପରିଚାଳିତ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri