ଘୋଷଣାରେ ସୀମିତ ନ ରହୁ ପୁନରୁଦ୍ଧାର

ଦେଓଗାଁ,୧୩ା୩(ଡି.ଏନ.ଏ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ସାଗରପାଲିସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ ଚାଲୁ ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ବଜେଟରେ ଚିନିକଳ ଚାଲୁ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୬୦ ଲକ୍ଷ ଟଙ୍କା ପ୍ରସ୍ତାବ ରଖାଯାଇଛି। ଚିନିକଳକୁ ପିପିପି ମୋଡରେ ଚାଲୁ କରିବାପାଇଁ ପ୍ରୟାସ କରାଯାଉଛି। ତେବେ କିଛି ମାସପରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏଣୁ ଏହା ସରକାରଙ୍କ ନିର୍ବାଚନୀ ଚାଲ ନୁହେଁ କି ବୋଲି ସାମାଜିକ ଗଣମାଧ୍ୟମରେ ଲୋକେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି ା
ପ୍ରଥମ ପର୍ଯ୍ୟାୟରେ ଚିନିକଳ ଚାଲୁ ପାଇଁ ସରକାର ୯୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦ ପାଇଁ ପ୍ରସ୍ତାବରେ ରଖିଛନ୍ତି। ତେବେ ତିନି ବର୍ଷ ପାଇଁ ଚାଲୁ ରଖିବାକୁ ହେଲେ ନୋଲସ ନୋ ପ୍ରଫିଟରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲା ସମବାୟ ଚିନିକଳ କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ା ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚିନିକଳ ପୁନଃ ଚାଲୁ କରିବାପାଇଁ ସମବାୟ ବିଭାଗର ରାଜ୍ୟସ୍ତରୀୟ ବରିଷ୍ଠ କର୍ମଚାରୀ ଏବଂ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ହେଲେ ତାହା ଫାଇଲ ତଳେ ଚାପିହୋଇ ରହିଗଲା ା ନିର୍ବାଚନ ଆସିଲେ ସରକାରଙ୍କୁ ବିଜୟାନନ୍ଦ ସମବାୟ ଚିନିକଳ କଥା ମନେ ପଡେ ବୋଲି ବିରୋଧୀ କହୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସ୍ଥାନୀୟ ଶାସକ ଦଳ ବିଧାୟକ ପ୍ରାର୍ଥୀ ବିଜୟ ହେଲେ ଚିନିକଳ ନିଶ୍ଚିତ ଚାଲୁ କରାଯିବ ବୋଲି କହିଥିଲେ ା ହେଲେ ଫଳାଫଳ ଘୋଷଣା ପରେ ସେହି ପ୍ରସଙ୍ଗ ନୀରବି ଗଲା। ଏଣୁ ଏବେ ଆଖୁଚାଷୀ ଏଥର ଚିନିକଳ ଚାଲିବା ନେଇ ନିଶ୍ଚିତ ହୋଇ ପାରୁ ନାହାନ୍ତି। ରାଜ୍ୟ ସରକାର ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଚିନିକଳକୁ ପୁନଃ ଚାଲୁ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସେମାନେ ଯାହା କହନ୍ତି….

ଚିନିକଳ ପୁନଃଚାଲୁ ପାଇଁ ବିଧାନସଭାରେ ଦାବି ଉଠାଇଥିଲି। ଏନେଇ ଆଗରୁ ସମସ୍ତ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଥିଲି ା ଏବେ କେବଳ ଲୋକଦେଖାଣିଆ ପ୍ରୟାସ କରାଯାଉଛି ା ସରକାର ଚିନିକଳ ପାଇଁ ୩ଥର ଟେଣ୍ଡର ଡାକିଥିଲେ। ହେଲେ କେହି ବିଡର ବାହାରୁ ନ ଥିବାରୁ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଏଣୁ ସରକାରଙ୍କ ଆନ୍ତରିକତା ରହିଥିବା ମୁଁ ମନେ କରୁନାହିଁ।
ନରସିଂହ ମିଶ୍ର , ବିଧାୟକ ବଲାଙ୍ଗୀର
ଚିନିକଳ ଚାଲୁଥିବା ସମୟରେ ଅଞ୍ଚଳର ଆଖୁଚାଷୀ ଉପକୃତ ହେଉଥିଲେ। ଏହା ବନ୍ଦ ହୋଇପଡିବା ପରେ ଅଞ୍ଚଳର ଅର୍ଥନୈତିକହାନୀ ଘଟିଛି। ଏଣୁ ଏକମାତ୍ର ଏହି କୃଷିଭିତ୍ତିକ ଶିଳ୍ପକୁ ପୁନଃ ଚାଲୁ କରାଗଲେ ଆଖୁ ଚାଷୀ ସମେତ ଅଞ୍ଚଳବାସୀ ଉପକୃତ ହୁଅନ୍ତେ।
ଦୟାନିଧି ଖମାରୀ, ପଞ୍ଚାୟତ
ସମିତି ଅଧ୍ୟକ୍ଷ ଦେଓଗାଁ ବ୍ଲକ।
ବିଜୟାନନ୍ଦ ସମବାୟ ଚିନିକଳ ବନ୍ଦ ହେବାପରେ ପ୍ରାୟ ୩ଶହ କର୍ମଚାରୀ ବେରୋଜଗାର ହୋଇପଡଛନ୍ତି। ଅନେକ କର୍ମସଂସ୍ଥାନ ଅନ୍ବେଷଣରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି। ଏହି ଶିଳ୍ପ ପୁନଃ ଚାଲୁ କରିବା ଦିଗରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଆରମ୍ଭ କରିଛନ୍ତି ତାହା କାର୍ଯ୍ୟରେ ପରିଣତ ହେଲେ ଅଞ୍ଚଳବାସୀ ଉପକୃତ ହେବେ ା
ସୁବଳ ଚରଣ ରଣା, କର୍ମଚାରୀ ସଂଘ ଉପଦେଷ୍ଠା ସଦସ୍ୟ, ଦେଓଗାଁ ା
ଚିନିକଳ ବନ୍ଦ ହେବା ପରଠାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ପଡିଛି ା ଏବେ କେତେକ ଚାଷୀ ବିନା ପ୍ରୋତ୍ସାହନରେ ଆଖୁ ଚାଷ ଜାରି ରଖିଛନ୍ତି। ହେଲେ ବଜାର ସୁବିଧା ନ ପାଇ କେବଳ ଗୁଡ ତିଆରି କରି ଅଭାବୀ ଦରରେ ବିକ୍ରି କରୁଛନ୍ତି ା ଏଣୁ ଆଖୁ ଚାଷୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହି ଚିନିକଳ ସରକାର ପୁନଃ ଚାଲୁ କରିବାର ଆବଶ୍ୟକତା ରହିଛି ା
ଅନ୍ତର୍ଯ୍ୟାମୀ ଭୋଇ, ଅଗ୍ରଣୀ ଚାଷୀ,କରୁଆଁଝର ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri