ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ ବେଳେ ମଠସାହି ଘେରିବନ୍ଧକୁ କାଟି ଖେଲାଇ ଦିଆଯାଇଥିଲା। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ସେହିପରି ଚଳିତବର୍ଷ ଜଳ ନିଷ୍କାସନ ନିମନ୍ତେ ଅନେକ କାମ ହାତକୁ ନିଆଯାଇଥିବାବେଳେ କୌଣସି ଗୋଟିଏ ସ୍ଥାନରେ ସାଇଫନ ନିର୍ମାଣ ହୋଇପାରିନାହିଁ। ଫଳରେ ସମସ୍ୟା ଅଧିକ ଜଟିଳ ହୋଇଛି ବୋଲି ଚାଷୀମାନେ କହିଛନ୍ତି। ଗତ ୧୩ ତାରିଖରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପଞ୍ଚାୟତ ପରିଦର୍ଶନରେ ଆସିଥିବାବେଳେ ଅଞ୍ଚଳବାସୀ ଏ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ହଜାର ଏକ ଫସଲ ଏବେ କୃତ୍ରିମ ବନ୍ୟାଜଳରେ ବୁଡି ରହିଛି। ଜମିରୁ ଉଦ୍‌ବୃତ ବର୍ଷାଜଳ ନିଷ୍କାସନ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ମଠସାହି ଗଁାର ଚାଷୀମାନେ ଘର ପିଛା ଚାନ୍ଦା କରି ନିଜ ଅର୍ଥରେ ଘେରିବନ୍ଧ କରିଥିଲେ। ଫଳରେ ବାହାର ପାଣି ଗହିର ଭିତରକୁ ପ୍ରବେଶ କରି ପାରୁ ନ ଥିଲା। ମାତ୍ର ଚଳିତବର୍ଷ ତୈଳ ବିଶୋଧନାଗାର ପାଇପ୍‌ ଲାଇନ କାମ ଚାଲୁଥିବାବେଳେ କମ୍ପାନୀର ଗାଡ଼ି ଚଳାଚଳରେ ଅସୁବିଧା ହେବାରୁ ଉକ୍ତ ଘେରିବନ୍ଧକୁ କାଟି ଦିଆଯାଇଥିଲା। ବର୍ଷାଦିନ ଆସିବା ପୂର୍ବରୁ କମ୍ପାନୀ କାମ ସାରି ଚାଲିଯାଇଥିବାବେଳେ ଘେରିବନ୍ଧ ଆଉ ମରାମତି କରି ନ ଥିଲା। ବର୍ଷା ଦିନେ ସାରା ଜିଲାର ଅର୍ଦ୍ଧାଧିକ ବର୍ଷାଜଳ ମଠସାହିର ଚାଷଜମି ଦେଇ ନିଷ୍କାସିତ ହୋଇଥାଏ। ଜିଲାର ସିଦ୍ଧଳଠାରୁ ଚଷାପଡା, ସିଙ୍ଗିରି, କରମଙ୍ଗ, ମୂଳୁଗଁା, ଗଉଡ଼ସାହି, ମହାଦେଇବ୍ରହ୍ମପୁର, ଦଳେଇ ତୋଟା, ଅସାରଣା, ସାରଣା, ମଠସାହି, ଦିଗୋଡା ଆଦି ଗ୍ରାମର ବର୍ଷା ଜଳ ଏହି ବାଟ ଦେଇ ନିକଟସ୍ଥ ହଂସୁଆ ନଦୀକୁ ଯାଇଥାଏ। ମାତ୍ର ଡ୍ରେନେଜ ଅଧିକାରୀଙ୍କ ବେପରୁଆ ମନୋଭାବ ଓ ତୈଳ ବିଶୋଧନାଗାର କାମ ପାଇଁ ଚଳିତବର୍ଷ ତଣ୍ଡିକୁଳ ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ରହିଛି। ତଳିଆ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ଚାଷୀ ଭାଇମାନେ ପ୍ରାୟ ୭୦ ଭାଗ ଜମିରେ ଧାନ ରୋଇ ସାରିଥିଲେ। ମାତ୍ର ଜମିରେ ପାଣି ଜମି ରହିବା ଫଳରେ ଯାହା ରୁଆ ହୋଇଥିଲା ସବୁ ପଚିସଢି ଗଲାଣି। ଏପଟେ ତଳି ଘେରାରେ ଆଉ ତଳି ନାହିଁ। ଯାହା ତଳି ଥିଲା ସେଥିରେ ମଧ୍ୟ ପାଣି ଜମି ରହିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବିଶେଷ ଭାବେ ସାରଣା, ଅସାରଣା, ମଠସାହି, ଦିଗୋଡ଼ା, ଶଙ୍କରସାହି, ତିହୁଡି, ପୋଦନା, ନାନକାର, ବସନ୍ତପୁର ଓ ତଣ୍ଡିକୁଳ ଗ୍ରାମର ଶହ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଜମିରେ ଏତେ ପରିମାଣର ଜଳ ଲହଡ଼ା ମାରୁଛି ଯେ, ତାହା ବନ୍ୟାର ଏକ ଭ୍ରମ ସୃଷ୍ଟି କରୁଛି। ଉପଯୁକ୍ତ ଅନୁଧ୍ୟାନ କରି ସିଦ୍ଧଳ ରଙ୍କେଇ ସଫେଇରେ ଥିବା ଦଳ ସଫା କରିବା ଓ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ସାଇଫନ ଓ ସ୍ଲୁଇସ ଗେଟ୍‌ ନିର୍ମାଣ କରିବାକୁ ଜିଲାପାଳ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri