ଘୁଷୁରିଡ଼ଙ୍ଗା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳ କରାଯିବ

ସୋରଡ଼ା,୧୩ା୧୨(ଡି.ଏନ୍‌.ଏ.)= ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ସୀମାଞ୍ଚଳ ପ୍ରଧାନ, ଏନଏସି ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଗୁରୁବାର ବଡ଼ଗଡ଼ ସରକାରୀ ଡ଼ାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ରୋଗୀମାନଙ୍କ ସହ ଆଲୋଚନା କରିବା ସହ ଡ଼ାକ୍ତରଖାନାରେ ନିରାମୟ ଯୋଜନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ତଦାରଖ କରିଥିଲେ। ଜନସାଧାରଣଙ୍କ ଅଭିଯୋଗକ୍ରମେ ଡ଼ାକ୍ତରଖାନା ପରିସରରେ ଥିବା ଏକ ଘରୋଇ ଔଷଧ ଦୋକାନ ଯାଞ୍ଚ ପରେ ଜିଲାପାଳ ତୁରନ୍ତ ଏଠାରେ ତାଲା ପକାଇବାକୁ ବିଡିଓଙ୍କୁ କହିଥିଲେ। ବିଡିଓ ପ୍ରଧାନ ତାଲା ପକାଇଥିଲେ। ସରକାର ମାଗଣାରେ ସମସ୍ତ ସ୍ବାସ୍ଥ୍ୟସେବା ତଥା ଔଷଧ ଦେଉଥିବାବେଳେ, ମେଡିକାଲ ପରିସରରେ ଘରୋଇ ଔଷଧ ଦୋକାନ ପାଇଁ ମନା କରିଥିଲେ। ଏହାଛଡ଼ା ମେଡିକାଲ ଡାକ୍ତର ସେହି ଔଷଧ ଦୋକାନରେ ବସୁଥିବାରୁ ତାଙ୍କୁ ତାଗିଦ୍‌ କରିଥିଲେ।
ଏହାପରେ ଜିଲାପାଳ, ବିଧାୟକ, ଗୌଡ଼ଗୋଠ ସରପଞ୍ଚ ରାମ ଶବର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁଙ୍କ ସମେତ ୧୦ ଜଣିଆ ଦଳ ବଡ଼ଗଡ଼ ପଞ୍ଚାୟତର ଆଦିବାସୀ ଗ୍ରାମ ଶଗଡ଼ବସାକୁ ଯାଇଥିଲେ। ପାରମ୍ପରିକ ନୃତ୍ୟଗୀତ ସହ ଗ୍ରାମବାସୀ ପାଛୋଟି ନେଇଥିଲେ। ପରେ ଘୁଷୁରିଡ଼ଙ୍ଗା ଜଳ ପ୍ରପାତ ବୁଲିବାକୁ ଯାଇଥିଲେ। ୫୦ ଫୁଟ ଉଚ୍ଚାରୁ ପାଣି ପଡୁଥିବା ଦେଖି ଜିଲାପାଳ ଏହାକୁ ପର୍ଯ୍ୟଟନସ୍ଥଳ କରିବାକୁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି କହିଥିଲେ। ଜଳପ୍ରପାତରୁ ସିଧାସଳଖ ଗ୍ରାମକୁ ୨୪ ଘଣ୍ଟିଆ ପାଣି ଆସୁଥିବା ବ୍ୟବସ୍ଥାକୁ ଦେଖିବା ସହ ପାଣି ପିଇଥିଲେ। ସୂଚନାଯୋଗ୍ୟ ଯେ ବିଧାୟକ ୨ଦିନ ତଳେ ଶଗଡ଼ବସା ଅଞ୍ଚଳକୁ ପରିଦର୍ଶନ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରସ୍ତାବରେ ଜିଲାପାଳ ଆସି ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ସମେତ ପର୍ଯ୍ୟଟନସ୍ଥଳ ପାଇଁ ସମସ୍ତ ପ୍ରକାର ସୁବିଧା ନିମନ୍ତେ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri