ଘୁଞ୍ଚିଲା ଯୁକ୍ତ ୩ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ସେମିଷ୍ଟର ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି ନେଇ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ପରେ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ଷକ ମଧ୍ୟରେ ୩ଟି ସେମିଷ୍ଟରକୁ ବିରୋଧ କରି ଗତ ୫ତାରିଖରେ ଛାତ୍ରୀଛାତ୍ର କୁଳପତିଙ୍କ କାର୍ଯ୍ୟାଳୟକୁ ଘେରିଥିଲେ। ମଙ୍ଗଳବାର ପୁଣି କୁଳପତିଙ୍କ କାର୍ଯ୍ୟାଳୟକୁ ସେମାନେ ଘେରିଥିଲେ। ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଉକତ୍ଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ। ଡିସେମ୍ବର ୨୬, ୨୭ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା ୩୦ ଓ ୩୧ ତାରିଖରେ କରାଯିବାକୁ ସ୍ଥିର ହୋଇଛି।