ଘୁଞ୍ଚିଲା ପିଜି ମେରିଟ୍‌ଲିଷ୍ଟ ତାଲିକା ପ୍ରକାଶ ତାରିଖ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ସ୍ନାତକୋତ୍ତର ବିଭାଗଗୁଡିକର ନାମଲେଖା ପ୍ରକ୍ରିୟା ଆରମ୍ଭକୁ ନେଇ ଏବେ ପୁଣି ସମସ୍ୟା ଦେଖାଦେଇଛି ା ଏନ୍‌ଆଇସିର ଅପଲୋଡିଂରେ ବିଳମ୍ବ ଓ ମାକଲିଷ୍ଟ ତ୍ରୁଟି ଯୋଗୁ ସ୍ନାତକୋତ୍ତର ବିଭିନ୍ନ ବିଭାଗରେ ନାମଲେଖା ପାଇଁ ମେରିଟ୍‌ଲିଷ୍ଟ ତାଲିକା ପ୍ରକାଶରେ ନିୟୋଜିତ ବିଭାଗୀୟ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡିଥିବା ନେଇ ଅଭିଯୋଗ ହୋଇଛି ା ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟ ସ୍ପୁଟିଂ ଆରମ୍ଭ ହୋଇପାରି ନ ଥିବାରୁ ସ୍ନାତକୋତ୍ତର ପରିଷଦ ପକ୍ଷରୁ ମେରିଟ୍‌ଲିଷ୍ଟ ପ୍ରକାଶ ତାରିଖକୁ ଘୁଞ୍ଚାଯାଇଥିବା ନେଇ ଚର୍ଚ୍ଚା ହୋଇଛି ା ଅଗଷ୍ଟ ୧ ପରିବର୍ତ୍ତେ ୭ରେ ତାଲିକା ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ନୋଟିସ ଜାରି କରାଯାଇଥିବା ଜଣାପଡିଛି ା ତେବେ ସ୍ପୁଟିଂରେ ବିଳମ୍ବ ଯୋଗୁ ନାମଲେଖା ଓ ପାଠ୍ୟକ୍ରମ ଆରମ୍ଭରେ ମଧ୍ୟ ଚଳିତ ବର୍ଷ ବିଳମ୍ବ ହେବାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା
ମିଳିଥିବା ସୂଚନା ପ୍ରକାରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭିନ୍ନ ବିଭାଗରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୧ ରୁ ୭ ମଧ୍ୟରେ ହେବାକୁ ସ୍ଥିର କରାଯାଇଥିଲା ା ତେବେ କେତେକ ଛାତ୍ରୀଛାତ୍ରଙ୍କ ବିରୋଧ ପରେ ଜୁଲାଇ ୭ ରୁ ପରୀକ୍ଷା ହୋଇଥିଲା ା
ଅଗଷ୍ଟ ୧ରେ ମେରିଟ୍‌ ଲିଷ୍ଟ ପ୍ରକାଶ ନେଇ ପରିଷଦ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ା କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିିରେ ତାଲିକା ପ୍ରକାଶ ତାରିଖ ପରିବର୍ତ୍ତନ କରାଯାଇ ଅଗଷ୍ଟ ୭ କୁ ଘୁଞ୍ଚାଯାଇଥିବା ନେଇ ପରିଷଦ ପକ୍ଷରୁ ନୋଟିସ ପ୍ରକାଶ ପାଇଥିଲା। ତେବେ ତାଲିକା ପ୍ରକାଶର ଦିନକ ପୂର୍ବରୁ ଅଚାନକ ଭାବେ ମେରିଟଲିଷ୍ଟ ଓ ନାମଲେଖା ତାରିଖ ପରିବର୍ତ୍ତନ କରିବା କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିଲା ା ଏନ୍‌ଆଇସି ପକ୍ଷରୁ ବିଭିନ୍ନ ବିଭାଗକୁ ପଠାଯାଇଥିବା ଛାତ୍ରୀଛାତ୍ରଙ୍କ ମାର୍କଲିଷ୍ଟରେ ସିଜିପିଏ ଓ ପର୍ସେଣ୍ଟେଜରେ ତ୍ରୁଟି ଓ ସ୍ପୁଟିଂରେ ବିଳମ୍ବ ଯୋଗୁ ପରିଷଦ ପକ୍ଷରୁ ତାରିଖ ଘୁଞ୍ଚାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ା ଏନେଇ ସ୍ନାତକୋତ୍ତର ପରିଷଦ ପ୍ରଶାସନିକ ଅଧିକାରୀ(ଏଓ) ସତ୍ୟ ପାତ୍ରଙ୍କୁ ଯୋଗଯୋଗ ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି ା ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କ ଫାଇନାଲ ତଥା ପ୍ରୋଭିଜନାଲ ମାର୍କଶିଟ ପ୍ରକାଶରେ ବିଳମ୍ବ ଓ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଆଦି ବିଷୟରେ ଅବେଦନକାରୀଙ୍କ ସଂଖ୍ୟା ସର୍ବାଧିକ ହୋଇଥିବା ଯୋଗୁ ବିଭାଗୀୟ ମୁଖ୍ୟ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ଅନୁରୋଧ ପ୍ରକାରେ ତାଲିକା ପ୍ରକାଶ ତାରିଖ ଘୁଞ୍ଚାଯାଇଥିବା ଏଓ ପାତ୍ର କହିଛନ୍ତି ା
ଅଗଷ୍ଟ ୨୯ରୁ ବିଭାଗରେ ପାଠପଢା ଆରମ୍ଭ ହେବା ସହ ଚଳିତ ବର୍ଷଠାରୁ ନିର୍ଦ୍ଧାରିତ ସମୟରେ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri